ଆମେରିକା ଗୁଳିରେ ଟଳିଲା ସିନିୟର ISIS ଲିଡର ବିଲାଲ ଅଲ ସୁଦାନି

ନୂଆଦିଲ୍ଲୀ : ଆମେରିକା ଗୁଳିରେ ଟଳିଲା ସିନିୟର ISIS ଲିଡର ବିଲାଲ ଅଲ ସୁଦାନି । ଘଞ୍ଚ ଜଙ୍ଗଲ ଭିତରେ ଥିବା ଗୁମ୍ଫାରେ ପଶି ସୁଦାନିକୁ ମାରିଛି ଆମେରିକା । ସୁଦାନି ଦୀର୍ଘ ବର୍ଷ ହେଲା ଆମେରିକା ରାଡାରରେ ଥିଲା । ବୁଧବାର ତାକୁ ନିପାତ କରିବାରେ ସକ୍ଷମ ହୋଇଛି ଆମେରିକା । ଆମେରିକାର ସୁରକ୍ଷା ପ୍ରତି ଯିଏ ବି ବିପଦ ହୋଇ ଛିଡ଼ା ହେବ, ସେ ଯେଉଁଠି ଲୁଚିଥିଲେ ବି ତାକୁ ଖୋଜି ଖୋଜି ନିପାତ କରିବୁ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ ।

ଆଫ୍ରିକୀୟ ଦେଶ ସୁମାଲିଆର ଉତ୍ତର କ୍ଷେତ୍ରରେ ଆମେରିକା ସେନା ପକ୍ଷରୁ ବୁଧବାର ଏକ ସର୍ଚ୍ଚ ଅପରେସନ ଚାଲିଥିଲା । ଅପରେନ ବେଳେ ଏକ ଗୁମ୍ଫାରେ ଲୁଚିଥିବା ବିଲାଲ ଅଲ ସୁଦାନି ସହ ଆଉ ୧୦ ଆତଙ୍କବାଦୀଙ୍କୁ ନିପାତ କରିଛି ଆମେରିକା । ବାଇଡେନ୍‌ ପ୍ରଶାସନ ଏନେଇ ଘୋଷଣା କରିଛି । ବିଲାଲ ଅଲ ସୁଦାନି ପୂର୍ବ ଆଫ୍ରିକାରେ ISISର ବିସ୍ତାର କରିବା ସହ ଅନ୍ୟ ଗତିବିଧି ଉପରେ ନଜର ରଖୁଥିଲା । ଆମେରିକା ରକ୍ଷା ମନ୍ତ୍ରୀଙ୍କ ବିବୃତି ଅନୁଯାୟୀ, ଆମେରିବାର ନାଗରିକଙ୍କ ସମେତ ଏହାର ପଡ଼ୋଶୀ ରାଷ୍ଟ୍ରର ନାଗରିକଙ୍କ ସୁରକ୍ଷା ନିମନ୍ତେ ଏପରି ପଦକ୍ଷେପ ଉଠାଯିବା ଜରୁରୀ ଥିଲା ।

ଆମେରିକୀୟଙ୍କୁ ଦେଶ ଭିତରେ ତଥା ବାହାରେ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରିବାକୁ ଆମେ ଦୃଢ ସଙ୍କଳ୍ପବଦ୍ଧ । ସୁଦାନିଙ୍କୁ ନିପାତ କରିବାକୁ ବହୁ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିଛି ସପ୍ତାହ ପୂର୍ବରୁ ଏ ନେଇ ବାଇଡେନଙ୍କୁ ଅବଗତ କରାଯାଇଥିଲା । ପରେ ବାଇଡେନଙ୍କ ଅନୁମତି କ୍ରମେ ଏହି ସପ୍ତାହରେ ଏହି ଯୋଜନାକୁ ବାସ୍ତବ ରୂପ ଦେବାକୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।

ସୁଦାନି ଦୀର୍ଘ ବର୍ଷ ହେଲା ଆଫ୍ରିକାରେ ରହିବା ସହ ସେଠାରେ ISISର ସଞ୍ଚାଳନ କରିବା ସହ ଏହା ଲାଗି ପାଣ୍ଠି ଯୋଗାଡ଼ କରୁଥିଲା । ବିଲାଲ ଅଲ ସୁଦାନି ଗତ ବର୍ଷ ISISର ଅବଦ୍ଦୁଲ ହୁସେନ ଅବାଦିଗା ସହ ମିଶି ଆପ୍ରିକାର ଯୁବକଙ୍କୁ ISISରେ ଭର୍ତ୍ତି କରିବା ସହ ସେମାନଙ୍କୁ ହତିଆର ପ୍ରଶିକ୍ଷଣ ଶିବିରକୁ ପଠାଉଥିଲା ।  ପ୍ରକାଶଯୋଗ୍ୟ, ଏହା ପୂର୍ବରୁ ଆମେରିକାର ଓ୍ଵାର୍ଲ୍ଡ ଟ୍ରେଡ ସେଣ୍ଟର ଉପରେ ଆକ୍ରମଣ କରିଥିବା ଆତଙ୍କବାଦୀ ଓସମା ବିନ ଲାଦେନକୁ ମଧ୍ୟ ଆମେରିକା ଖୋଜି ଖୋଜି ମାରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.