+୨ ପାସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ମୋଟାଅଙ୍କର ସ୍କଲାରସିପ୍‌ ଘୋଷଣା, ମିଳିବ ୪.୨୦ ଲକ୍ଷ ଟଙ୍କା

ହାଲିଓନ୍‌ ଇଣ୍ଡିଆ HALEON India (erstwhile GlaxoSmithKline Consumer Healthcare) ପକ୍ଷରୁ ଆୟୋଜିତ ହେଉଛି ସେନ୍‌ସୋଡାଇନ୍‌ ଆଇଡିଏ ସାଇନିଂ ଷ୍ଟାର ସ୍କଲାରସିପ୍‌ ପ୍ରୋଗ୍ରାମ୍‌ (‘Sensodyne IDA Shining Star Scholarship Programme’)। ସାରା ଦେଶର ଅସହାୟ ତଥା ଗରିବ ବିଡିଏସ୍‌ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏହି ସ୍କଲାରସିପ୍‌ ପ୍ରୋଗ୍ରାମ୍‌ ଆରମ୍ଭ ହୋଇଛି।

ବିଡିଏସ୍‌ ବା ବ୍ୟାଚଲର ଅଫ୍‌ ଡେଣ୍ଟାଲ ସର୍ଜରୀ (Bachelor of Dental Surgery (BDS)) କୋର୍ସ କରୁଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ସରକାରୀ ଓ ସରକାରୀ ଅର୍ଥରେ ଚାଲୁଥିବା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ହିଁ କେବଳ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ଏଥିସହ ନିରନ୍ତର ସ୍କଲାରସିପ୍‌ ପାଇବା ପାଇଁ ପ୍ରାର୍ଥୀ ବିଡିଏସ୍‌ କୋର୍ସରେ ୪ ବର୍ଷର ପ୍ରତ୍ୟେକ ସେମିଷ୍ଟାରରେ ମଧ୍ୟ ୬୦ ପ୍ରତିଶତ କିମ୍ବା ତା’ ଠାରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖୁଥିବା ଆବଶ୍ୟକ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ଲୋକଙ୍କ ରୋଜଗାର ବାର୍ଷିକ ୮,୦୦,୦୦୦ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ।

ଏହି ସ୍କଲାରସିପ୍‌ରେ ପ୍ରାର୍ଥୀଙ୍କୁ ବର୍ଷକୁ ୧,୦୫,୦୦୦ ଟଙ୍କା ହିସାବରେ ୪ ବର୍ଷ ଯାଏଁ ପୁରସ୍କାର ରାଶି ମିଳିବ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨। ପ୍ରାର୍ଥୀ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

Scholarship

ସ୍କଲାରସିପ୍‌ର ନାଁ:

ସେନ୍‌ସୋଡାଇନ୍‌ ଆଇଡିଏ ସାଇନିଂ ଷ୍ଟାର ସ୍କଲାରସିପ୍‌ ପ୍ରୋଗ୍ରାମ୍‌ (‘Sensodyne IDA Shining Star Scholarship Programme’)

ସ୍କଲାରସିପ୍‌ ଦେଉଥିବା ସଂସ୍ଥାର ନାଁ:

ହାଲିଓନ୍‌ ଇଣ୍ଡିଆ HALEON India

ଯୋଗ୍ୟତା:

  • ସରକାରୀ ଓ ସରକାରୀ ଅର୍ଥରେ ଚାଲୁଥିବା କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀ ହିଁ କେବଳ ଏହି ସ୍କଲାରସିପ୍‌ ପାଇବାକୁ ଯୋଗ୍ୟ।
  • ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବନିମ୍ନ ୬୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।
  • ନିରନ୍ତର ସ୍କଲାରସିପ୍‌ ପାଇବା ପାଇଁ ପ୍ରାର୍ଥୀ ବିଡିଏସ୍‌ କୋର୍ସରେ ୪ ବର୍ଷର ପ୍ରତ୍ୟେକ ସେମିଷ୍ଟାରରେ ମଧ୍ୟ ୬୦ ପ୍ରତିଶତ କିମ୍ବା ତା’ ଠାରୁ ଊର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖୁଥିବା ଆବଶ୍ୟକ।
  • ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ଲୋକଙ୍କ ରୋଜଗାର ବାର୍ଷିକ ୮,୦୦,୦୦୦ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ।

ପୁରସ୍କାର ରାଶି:

ଏହି ସ୍କଲାରସିପ୍‌ରେ ପ୍ରାର୍ଥୀଙ୍କୁ ବର୍ଷକୁ ୧,୦୫,୦୦୦ ଟଙ୍କା ହିସାବରେ ୪ ବର୍ଷ ଯାଏଁ ୪,୨୦,୦୦୦ ଟଙ୍କା ପୁରସ୍କାର ରାଶି ମିଳିବ।

ଆବେଦନ ଶେଷ:

୩୧ ଅଗଷ୍ଟ ୨୦୨୨

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.buddy4study.com/page/sensodyne-ida-shining-star-scholarship-programme କୁ ଯାଆନ୍ତୁ।

Also Read: ସ୍ତ୍ରୀର ଦ୍ୱିତୀୟ ବିବାହ ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରୁ ଜାଣିଲା ସ୍ୱାମୀ, ଫୋନ୍‌ କରିବାରୁ କହିଲା-ଇଏ ଅଧିକ ସ୍ମାର୍ଟ ଆଉ ସରକାରୀ ଚାକିରିଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.