ସର୍ବିୟା: ସ୍କୁଲରେ ଆତଙ୍କରାଜ ଚଳାଇଲେ ୭ମ ଶ୍ରେଣୀ ଛାତ୍ର, ଗୁଳିମାଡ଼ରେ ୮ ଛାତ୍ରଙ୍କ ସହ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

ସର୍ବିୟାର ରାଜଧାନୀ ବେଲ୍‌ଗ୍ରେଡରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ନିଜ ବିଦ୍ୟାଳୟରେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୮ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସର୍ବିୟାର ରାଜଧାନୀ ବେଲ୍‌ଗ୍ରେଡରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ନିଜ ବିଦ୍ୟାଳୟରେ ଆଖିବୁଜା ଗୁଳି ଚାଳନା କରିଛନ୍ତି। ଏଥିରେ ୮ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ସୁରକ୍ଷାକର୍ମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପୋଲିସ ଉକ୍ତ ବନ୍ଧୁକଧାରୀ ଛାତ୍ରଙ୍କୁ ଅଟକ ରଖିଛି। ବୁଧବାର ସକାଳ ୮ଟା ୪୦ରେ ଏହି ଘଟଣା ଭ୍ଲାଦିସ୍ଲାଭ ରିବନିକାର୍‌ ପ୍ରାଇମେରୀ ସ୍କୁଲରେ ଘଟିଥିବା ପୋଲିସ କହିଛି।

କୁହାଯାଉଛି ଯେ ଗୁଳି ଚଳାଇଥିବା ଛାତ୍ର ନିଜ ବାପାଙ୍କ ବନ୍ଧୁକ ବ୍ୟବହାର କରି ଏଭଳି କାଣ୍ଡ ଘଟାଇଥିଲେ। ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପହଞ୍ଚି ତୁରନ୍ତ ସ୍କୁଲକୁ ଚାରିପଟୁ ଘେରି ଯାଇଥିଲା। ପୋଲିସ ଏକ ବୟାନ ଜାରି କରି କହିଛି ଯେ ଛାତ୍ରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ତେବେ ପୋଲିସ ଅଟକ ରଖିଥିବା ଛାତ୍ରଙ୍କ ନାମ କେ.କେ ବୋଲି କହିଛି। ଅନ୍ୟପକ୍ଷରେ ଗୁଳିକାଣ୍ଡରେ ଆହତମାନଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ପୋଲିସ ସେମାନଙ୍କର ମଧ୍ୟ ବୟାନ ରେକର୍ଡ କରି ଘଟଣାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.