ରାଜଧାନୀ ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା: ହାଇୱେରେ ପଛକୁ ପଛ ପିଟି ହେଲା ୫ କାର

ନୂଆଦିଲ୍ଲୀ : କୁହୁଡ଼ି ପାଇଁ ସିରିଜ୍ ଦୁର୍ଘଟଣା । ହାଇୱେରେ ପଛକୁ ପଛ ପିଟି ହେଲା ୫ କାର । ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ହାପୁଡରେ ଏପରି ଦୁର୍ଘଟଣା ହୋଇଛି । କୁହୁଡ଼ି ପାଇଁ ରାସ୍ତା ଦେଖାନଯିବାରୁ ପଛକୁ ପଛ ପିଟି ହୋଇଛି ୫ରୁ ଅଧିକ କାର । ଗୋଟିଏ କାର ଅନ୍ୟ ଏକ କାରକୁ ଧକ୍କା ଦେଇଥିଲା ପରେ ପଛକୁ ପଛ ପିଟି ହୋଇଥିଲା ଗାଡ଼ି । ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

ସେହିପରି ଦିଲ୍ଲୀ ହରୟାଣା ନିକଟ ବାହାଦୁରଗଡ଼ ଷ୍ଟେସନ ଅଞ୍ଚଳରେ ଜିରୋ ଭିଜିବିଲିଟି ପାଇଁ ଦୁର୍ଘଟଣା ବଢିଚାଲିଛି ।  ଆଜି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷର ସବୁଠୁ ଘନ କୁହୁଡ଼ି ଦେଖିବାକୁ ମିଳିଛି ।  ଜିରୋ ଭିଜିବିଲିଟି ପାଇଁ ରେଳ ଓ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସେହିପରି ତେଲଙ୍ଗାନାରେ ବି ବଡ଼ ଧରଣର ସଡକ ଦୁର୍ଘଟଣା ହୋଇଛି ।  ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ରହିଥିବା ସୂଚନା ମିଳିଛି । ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ତେବେ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ସ୍ଥାନୀୟ ପୋଲିସ ଘଟାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।