ସେରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ଭାରତ ସରକାରଙ୍କ ପରଚେଜ୍‌ ଅର୍ଡର, ଭାଏଲ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ ହେଲା ଚୁକ୍ତି

କେନ୍ୟୁଜ୍(ବ୍ୟୁରୋ):  ସେରମ୍‌ ଇନଷ୍ଟିଚ୍ୟୁଟ୍‌କୁ ମିଳିଲା ଭାରତ ସରକାରଙ୍କ ପରଚେଜ୍‌ ଅର୍ଡର । ପ୍ରଥମେ ୧ କୋଟି ୧୦ ଲକ୍ଷ ଟିକା ପାଇଁ ଅର୍ଡର ମିଳିଛି । ଭାଏଲ ପିଛା ୨୦୦ ଟଙ୍କାରେ ଯୋଗାଇବାକୁ ସେରମ ସହ ଚୁକ୍ତି ହୋଇଛି । ପ୍ରଥମ ୧୦ କୋଟି ଡୋଜ୍‌ ପାଇଁ ଏହି ରେଟ୍‌ ରହିବ । ପ୍ରତି ସପ୍ତାହରେ କେନ୍ଦ୍ର ସରକାରଙ୍କୁ ଟିକା ଯୋଗାଇବ ସେରମ୍‌ । ପ୍ରଥମ ଦଫାରେ ୧ କୋଟି ୧୦ ଲକ୍ଷ କୋଭିସିଲ୍‌ଡ ଡୋଜ୍‌ ଯୋଗାଇବ ।

serum institute q
courtesy: scrool.in

ସେରମ୍‌ ପାଖରେ ୫ କୋଟି ଡୋଜ୍‌ ମହଜୁଦ ରହିଛି। ଖୁବ୍‌ ଶୀଘ୍ର ପୁନେ ସେରମ୍‌ ଫ୍ୟାକ୍‌ଟ୍ରିରୁ ବାହାରିବ ଭ୍ୟାକ୍ସିନ ଗାଡ଼ି । ଟିକା ପରିବହନ ପାଇଁ କୁଲେକ୍ସ କୋଲ୍‌ଡ ଚେନ୍‌ ଲିମିଟେଡ୍‌ କମ୍ପାନୀକୁ କୁହାଯାଇଛି। ସେରମ୍‌ରୁ ଟିକା ପରିବହନ କରିବ ଏହି କମ୍ପାନୀର ଗାଡି । କମ୍ପାନୀ ପାଖରେ ୩୫୦ ଟିକା ପରିବହନ ଟ୍ରକ୍ପ ରହିଛି । ଆବଶ୍ୟକ ସ୍ଥଳେ ୫୦୦ ରୁ ୬୦୦ ଗାଡ଼ି ଯୋଗାଇ ହେବ ବୋଲି କମ୍ପାନୀ କହିଛି । ଏହି ଟ୍ରକ୍‌ ଗୁଡ଼ିକରେ ବିଯୁକ୍ତ ୨୫ ଡିଗ୍ରୀରୁ ୨୫ ସେଲ୍‌ସିଅସ୍‌ ତାପମାତ୍ରା ନିୟନ୍ତ୍ରଣ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.