ଦିଲ୍ଲୀରେ ଫିଲ୍ମ ଷ୍ଟାଇଲରେ ହେଲା ଅପହରଣ, ମାଲିକକୁ ଫ୍ରିଜରେ ରଖି ଅପହରଣ କଲା ଚାକର

ଦିଲ୍ଲୀର ଗ୍ରେଟର କୈଳାଶରେ ଏପରି ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଲିକର କଥାବାର୍ତ୍ତାକୁ ନେଇ ବିରକ୍ତି ହୋଇ ଚାକର ଫିଲ୍ମ ଅନ୍ଦାଜରେ ନିଜର ମାଲିକକୁ ଅପହରଣ କରିନେଇଛି।

56

ଘଟଣା ମୁତାବକ, ୯୧ ବର୍ଷୀୟ ବୃଦ୍ଧ କୃଷ୍ଣ ଖୋସଲାଙ୍କୁ ନିଜ ଚାକର ଅପହରଣ କରିନେଇଛି। ଫିଲ୍ମ ଷ୍ଟାଇଲରେ ଚାକର ଜଣକ ମାଲିକକୁ ବେହୋଶ କରି ଫ୍ରିଜରେ ରଖି ଅପହରଣ କରିନେଇଥିଲା। ଗତ ଦେଢ ବର୍ଷ ହେଲାଣି ଚାକର କିଶନ କୃଷ୍ଣ ଖୋସଲାଙ୍କ ପାଖରେ କାମ କରୁଥିଲା। ମାଲିକର କଥାବାର୍ତ୍ତାକୁ ନେଇ କିଶନ ସବୁବେଳେ ବିରକ୍ତି ହୋଇଯାଇଥିଲା, ତେଣୁ ସେ ତାର ୫ ସାଙ୍ଗ ସହିତ ମିଶି ଟେମ୍ପୋରେ ଆସି ମାଲିକ ଏବଂ ତାଙ୍କ ପତ୍ନୀଙ୍କୁ ପ୍ରଥମେ ବେହୋସ କରିବା ପରେ ବୃଦ୍ଧଙ୍କୁ ଫ୍ରିଜରେ ଭର୍ତ୍ତି କରି ଅପହରଣ କରିନେଇଥିଲା। କିଶନଙ୍କ ଘର ବିହାରରେ ଏବଂ ଅପହରଣ ପରେ ପୋଲିସ କିଶନକୁ ଖୋଜୁଛି ବୋଲି ଜଣାପଡିଛି। ପୋଲିସକୁ ଏପର୍ଯ୍ୟନ୍ତ ବୃଦ୍ଧାଙ୍କର କୌଣସି ପତ୍ତା ପାଇନାହିଁ।