ଦେଶ ବିଦେଶ

ବଢ଼ିବ ଚୀନ-ତାଇୱାନ ଟେନସନ୍, ତାଇୱାନ ରାଷ୍ଟ୍ରପତି ହେଲେ ଲାଇ ଚିଙ୍ଗ-ତେ

ବଢ଼ିବ ଚୀନ-ତାଇୱାନ ଟେନସନ୍। ଚୀନ୍ ରାଷ୍ଟ୍ରପତିଙ୍କୁ ଝଟକା ଦେଲା ତାଇୱାନ ନିର୍ବାଚନ। ତାଇୱାନ ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଚୀନର ଟ୍ରବୁଲମେକର ଲାଇ ଚିଙ୍ଗ-ତେ। ସେ ତାଇୱାନର ପରବର୍ତ୍ତୀ ରାଷ୍ଟ୍ରପତି ହେବେ। ତାଙ୍କୁ ଭୋଟ ନଦେବାକୁ ତାଇୱାନବାସୀଙ୍କୁ ଧମକ ଦେଇଥିଲା ଚୀନ।

ଲାଇ ରାଷ୍ଟ୍ରପତି ଆସନରେ ବସିବା ପରେ ଚୀନ ସହ ତାଇୱାନର ଟେନସନ ବଢ଼ିବ। ଚୀନ-ବିରୋଧୀ ଭାବେ ତାଙ୍କର ପୁରୁଣା ରେକର୍ଡ ରହିଛି। ତେବେ ନିର୍ବାଚନ ଜିତିବା ପରେ ଲାଇ କହିଛନ୍ତି, ସେ ଚୀନ-ତାଇୱାନ ସଂପର୍କକୁ ନେଇ ସତର୍କ ଅଛନ୍ତି। ପୂର୍ବତନ ରାଷ୍ଟ୍ରପତି ସାଇ-ଇଙ୍ଗ ୱେନଙ୍କ ପଥ ଅନୁସରଣ କରିବେ ଏବଂ ସନ୍ତୁଳନ ରକ୍ଷା କରିବେ।

ତାଇୱାନ ଏକ ସ୍ବୟଂ ଶାସିତ ଗଣତାନ୍ତ୍ରିକ ଉପଦ୍ବୀପ। ତେବେ ଚୀନ ଏହାକୁ ନିଜର ଭୂଖଣ୍ଡ ବୋଲି ଦାବି କରି ଆସୁଛି। କେବେ ନା କେବେ ତାଇୱାନକୁ ନିଜ ସହ ମିଶାଇ ଦେବ ବୋଲି ଚୀନ ବାରମ୍ବାର ତାଇୱାନକୁ ଶୁଣାଉଛି। ବାରମ୍ବାର ସାମରିକ ଧମକ ଦେଉଛି। ଅନ୍ୟପଟେ ଆମେରିକା ସହ ତାଇୱାନର ସଂପର୍କ ଚୀନକୁ ସହ୍ୟ ହେଉନାହିଁ। ରାଷ୍ଟ୍ରପତି ଭାବେ ଲାଇ ଜିତିବା ପରେ ଚୀନ ସହ ତାଇୱାନର ଟେନସନ୍ ବଢ଼ିବ।

Niharanjan

Recent Posts

ପୋଲ ଉପରୁ ଖସିଲା ବାଇକ୍, ଜଣେ ମୃତ; ଜଣେ ଗୁରୁତର

ସାଲେପୁର (କେନ୍ୟୁଜ): ପୋଲ ଉପରୁ ଖସିଲା ବାଇକ୍ । ଜଣେ ମୃତ, ଜଣେ ଗୁରୁତର । ମାହାଙ୍ଗା ବରଦିଆ ନିକଟ…

6 seconds ago

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

15 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

29 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

40 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

48 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago