ଉତ୍ତର ପ୍ରଦେଶର ଉନ୍ନାଓ ସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଟ୍ରକ୍ ଓ ଭ୍ୟାନ୍ ମୁହାଁମୁହିଁ ଧକ୍କା, ୭ ମୃତ
ଉନ୍ନାଓ : ଉତ୍ତର ପ୍ରଦେଶର ଉନ୍ନାଓରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉନ୍ନାଓସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଏକ ଟ୍ରକ୍ ଓ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଜଣାପଡିଛି। ଟ୍ରକ୍ ସହ ଧକ୍କା ହେବା ପରେ ଭ୍ୟାନ୍ଟି ଜଳିଯାଇଥିଲା । ଯାହାଫଳରେ ସେଥିରେ ଥିବା ୭ ଜଣ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ତେବେ ଭ୍ୟାନ୍ରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରିବାସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଭ୍ୟାନ୍ଟି ସିଏନ୍ଜିରେ ଚାଲୁଥିଲା ଏବଂ ଦୁର୍ଘଟଣା ପରେ ଏହାର ଡୋର୍ ଲକ୍ ହୋଇଯିବାରୁ ଯାତ୍ରୀମାନେ ବାହାରକୁ ଆସିପାରିନଥିଲେ। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।