ତେଲଙ୍ଗାନା : ଭୁଶୁଡିଲା ନିର୍ମାଣାଧୀନ ଟନେଲ, ୩୦ ଜଣ ଫସିଥିବା ଆଶଙ୍କା

ତେଲଙ୍ଗାନାରେ ନଗରକର୍ଣ୍ଣଲ ଜିଲ୍ଲାର ଶ୍ରୀଶୈଳମ ଡ୍ଯାମର ପଛ ଭାଗରେ ଏକ ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡିଛି । ଶ୍ରୀଶୈଳମ ଲେଫଟ ବ୍ୟାଙ୍କ କେନାଲ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ଏଥିରେ ଅନେକ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି । ଅତିକମରେ ୩୦ ଜଣ ଶ୍ରମିକ ଫସିଥିବା ଆଶଙ୍କା କରାଯାଉଛି ।
ଶ୍ରୀଶୈଳମ ଡ୍ୟାମ ଠାରୁ ଦକ୍ଷିଣ କେନାଲର ୧୪କିମି ଦୂର ଦୋମଲପେଣ୍ଠା ଠାରେ ଟନେଲ ଭୁଶୁଡ଼ି ପଡ଼ିଥିଲା । ଟନେଲ ଖୋଳା କାମରେ ଶ୍ରମିକମାନେ ନିୟୋଜିତ ଥିବା ବେଳେ ହଠାତ ୩ମିଟର ଲମ୍ବ ଅଞ୍ଚଳ ଭୁଶୁଡ଼ିଥିଲା । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ କଂପାନୀ ପକ୍ଷରୁ ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଛି । ଏଥିରେ ଅନେକ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଥିବା ବେଳେ ପ୍ରକୃତ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଯେଉଁମାନେ ଘଟଣାରେ ଆହତ ହୋଇଛନ୍ତି, ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
Telangana CM Revanth Reddy expresses shock over SLBC tunnel collapse
Read @ANI Story l https://t.co/rksGCBbH6a#RevanthReddy #SLBCTunnelCollapse #Telangana pic.twitter.com/iEdgsd1L6H
— ANI Digital (@ani_digital) February 22, 2025
ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ରେସକ୍ୟୁ ଅପରେସନକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ, ଏସପି, ଅଗ୍ନିଶମ ଓ ଜଳସେଚନ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିବାକୁ କୁହାଯାଇଛି । ତେଲଙ୍ଗାନା ଜଳସଂପଦ ମନ୍ତ୍ରୀ ଉତ୍ତମ କୁମାର ରେଡ୍ଡୀ ବିଭାଗୀୟ ଅଧିକାରୀଙ୍କ ସହ ଟନେଲ ଭୁଶୁଡିଥିବା ସ୍ଥାନକୁ ଗସ୍ତ କରିଛନ୍ତି ।
Also Read : ଏୟାର ଇଣ୍ଡିଆ ବିମାନରେ ଚିରା ସିଟରେ ବସି ଯାତ୍ରା କଲେ କେନ୍ଦ୍ର କୃଷି ମନ୍ତ୍ରୀ, କ୍ଷମା ମାଗିଲା ଏୟାରଲାଇନ୍ସ କମ୍ପାନୀ