ପ୍ରବଳ ଜାଡ଼ରେ ଥରୁଛି ଦିଲ୍ଲୀ, ୧୭ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

୧୭ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀର ଶୀତ। ଶନିବାର ରାତିରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍‌ ଠାରୁ ବି କମ୍‌ ରହିଛି। ଅନ୍ୟପଟେ ସର୍ବାଧିକ ତାପମାତ୍ରା ରହିଛି ୨୪ ଡିଗ୍ରୀ। ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ କମିଟି ମୁତାବକ ଦେଶର ରାଜଧାନୀ ଦିଲ୍ଲୀରେ ଶୀତର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଠାରେ ଗୋଟେ ପଟେ ତାପମାତ୍ରା ନିମ୍ନଗାମୀ ହେଉଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ବୃଦ୍ଧି ପାଉଛି।

delhi

ଦିଲ୍ଲୀର କେତେକ ସହରରେ ଗତକାଲି ତାପମାତ୍ରା ୬.୯ ଡିଗ୍ରୀ ରହିଥିଲା, ଯାହା ୨୦୦୩ ମସିହା ପରଠାରୁ ସବୁଠାରୁ କମ୍‌ ବୋଲି କୁହାଯାଉଛି। ଆଇଏମ୍‌ଡିର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି, ସଫଦରଜଙ୍ଗ ବୈଧଶାଳାରେ ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ଏଥିସହ ପାଲନ ପାଣିପାଗ କେନ୍ଦ୍ରରେ ସର୍ବନିମ୍ନ ତାପମାତ୍ରା କମି ୬.୧ ଡିଗ୍ରୀ ସେଲସିୟସ୍‌ ହୋଇଛି।

delhi

ଦିଲ୍ଲୀରେ ନଭେମ୍ବର ମାସରେ ଗତବର୍ଷ ୧୧.୫ ଡିଗ୍ରୀ ସେଲସିୟସ୍‌, ୨୦୧୮ରେ ୧୦.୫ ଡିଗ୍ରୀ ସେଲସିୟସ୍‌ ଓ ୨୦୧୭ରେ ୭.୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିଲା। ନଭେମ୍ବର ମାସରେ ଏବେ ଯାଏଁ ସବୁଠାରୁ କମ୍‌ ତାପମାତ୍ରା ୨୮ ନଭେମ୍ବର, ୧୯୩୮ରେ ରେକର୍ଡ ହୋଇଥିଲା। ସେତେବେଳେ ତାପମାତ୍ରା ଥିଲା ୩.୯ ଡିଗ୍ରୀ ସେଲସିୟସ୍‌। ତେବେ ଥଣ୍ଡା ପବନ ବୋହିବା ଯୋଗୁ ଏଭଳି ତାପମାତ୍ରା କମୁଥିବା ପାଣିପାଗ ବିଭାଗ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.