ପ୍ରବଳ ବର୍ଷା ପରେ ଆସାମରେ ବନ୍ୟା, ୨୬ ମୃତ

ଆସାମ: ଆସାମରେ ବନ୍ୟା ତାଣ୍ଡବ । ଗମ୍ଭୀର ରୂପ ଧାରଣ କରିଛି ବନ୍ୟା ସ୍ଥିତି । ପ୍ରବଳ ବର୍ଷା ପରେ ଆସାମରେ ଜଳପ୍ରଳୟର ଚିତ୍ର ଦେଖିବାକୁ ମିଳିଛି । କରିମଗଞ୍ଜ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର । ବନ୍ୟାରେ ଏବେ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ୧୫ ଜିଲ୍ଲାରେ ୧.୬୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । କରିମଗଞ୍ଜର ବଦରପୁର ଅଞ୍ଚଳରେ ଭୁସ୍ଖଳନ ଯୋଗୁ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ତାଙ୍କର ତିନି ନାବାଳିକା ଝିଅ ଥିବା ଜଣାପଡିଛି । ବନ୍ୟା ଯୋଗୁ କରିମଗଞ୍ଜ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । ଜିଲ୍ଲାରେ ୪୩ ଟି ରିଲିଫ କ୍ୟାମ୍ପ ହୋଇଛି ।

କାମପୁରରେ କୋପିଲି ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଛି । ଗତ ମେ ୨୮ ରୁ ରାଜ୍ୟରେ ବର୍ଷା ଲାଗିରହିଛି । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଗୌହାଟୀରେ ଲଗାତାର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।

You might also like