ଦିବ୍ୟାଙ୍ଗ ମାନସିକ ବିକାରଗ୍ରସ୍ତ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଡାକ୍ତରଖାନାରେ ଶିଶୁ ପୁତ୍ର ଜନ୍ମ ଦେଇ ଅଖିବୁଜିଲେ ପୀଡିତା

ଉତ୍ତରପ୍ରଦେଶ: ନାବାଳିକା ଦୁଷ୍କର୍ମ ପୀଡିତାଙ୍କ ପ୍ରସବ ପରେ ମୃତ୍ୟୁ ହୋଇଯିବାରୁ ଡାକ୍ତରଖାନାରେ ପରିବାର ଲୋକଙ୍କ ହଟ୍ଟଗୋଳ। ଡାକ୍ତରଖାନା କର୍ମଚାରୀଙ୍କ ଅବହେଳା କାରଣରୁ ଏହି ଘଟଣା ଘଟିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ମିଳିଥିବା ସୂଚନା ମୁତାବକ କାସଗାଞ୍ଜ ଜିଲ୍ଲା ଚିକିତ୍ସାଳୟରେ ରବିବାର ଦିନ ଜଣେ ୧୪ ବର୍ଷିୟ ନାବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।  ସନ୍ତାନ ଜନ୍ମ ପରେ ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ ପରେ ପରିବାର ଲୋକେ କର୍ମଚାରୀଙ୍କ ଦାୟିତ୍ବହୀନତାକୁ ଦାୟୀକରିଥିଲେ । ପରିବାର ଲୋକଙ୍କ କହିବାନୁସାରେ ନାବାଳିକା ଜଣକ ମାନସିକ ବିକାରଗ୍ରସ୍ତ ଓ ଦିବ୍ୟାଙ୍ଗ ଥିଲେ। ତାଙ୍କର ବାପା ମା ମଧ୍ୟ କେହିନଥିଲେ ।

Image result for sexual harassement unerage girl shadow

ଯେହେତୁ ବାପା ମା ତାଙ୍କର କେହି ନଥିଲେ ଏହି କାରଣରୁ ନାବାଳିକା ଜଣକ ନିଜ ଦାଦାଙ୍କ ଘରେ ରହୁଥିଲେ। ଦାଦାଙ୍କ ଘରେ ରହୁଥିବା ସମୟରେ ଜଣେ ପଡୋଶୀ ଯୁବକ ନାବାଳିକା ଜଣକୁ ବାରମ୍ବାର ଦୁଷ୍କର୍ମ କରି ଅନ୍ତସତ୍ତ୍ବା କରିଥିଲା। ଏହି ଖବର ୫ ମାସ ପରେ ଜଣା ପଡିବାରୁ  ପରିବାର ଲୋକେ ୮ ଅକ୍ଟୋବର ୨୦୧୯ରେ ପୋଲିସରେ କେସ ଦାୟର କରିଥିଲେ। ଏହା ପରେ ଅଭିଯୁକ୍ତ ଯୁବକକୁ ଗିରଫ କରି  ଜେଲକୁ ପଠାଇଦେଲା ପୋଲିସ। ଏହା ପରେ ପରିବାର ଲୋକଙ୍କ ତରଫରୁ ନାବାଳିକାର ଗର୍ଭପାତ କରିବା ପାଇଁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତର ଗର୍ଭପାତ କରିବା ଦ୍ବାରା ନାବାଳିକା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମନା କରିଦେଲେ।

Image result for sexual harassement unerage girl shadow

ଗତ ଶନିବାର ଦିନ ନାବାଳିକାଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଆଶାକର୍ମୀ ଦ୍ବାରା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସକାଳ ୭ଟାରେ ନାବାଳିକା ଜଣକ ନର୍ମାଲ ଡେଲିଭରିରେ ଏକ ପୂତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ ସକାଳ ୧୧ଟାରେ ନାବାଳିକାଙ୍କର ହଠାତ ମୃତ୍ୟୁ ହୋଇଗଲା।  ଯହାଫଳରେ ପରିବାର ଲୋକେ ଚିକିତ୍ସା ଅବହେଳାକୁ ଦାୟୀ କରି ପ୍ରବଳ ହଟ୍ଟଗୋଳ କରିବା ସହିତ ଡାକ୍ତରଖାନା କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିଥିଲେ । ଏହି ଖବର ପାଇ ଡାକ୍ତରଖାନାର ମୁଖ୍ୟ ଚିକିତ୍ସକ ପ୍ରତିମା ଶ୍ରୀନିବାସ, ସିଏମଏସ ଡା. ରାଜକିଶୋର ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ସେଠାରେ ନ୍ୟାୟବ ତହସିଲଦାର ଓ ପୋଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ  ପଠାଇଥିଲେ।  ନାବାଳିକାଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ତାହାର ତଦନ୍ତ କରାଯାଉଛି ବୋଲି ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ନାବାଳିକାର ଶିଶୁଟି ସୁସ୍ଥ ଥିବା ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.