ଡ୍ରେସରେ ଡ଼ିସକାଉଣ୍ଟ ପାଇବା ପାଇଁ ଅଣ୍ଡରଗାର୍ମେଣ୍ଟସରେ ଫଟୋ ସେୟାର କଲେ ଜଜ, ଏବେ ଯାଇପାରେ ଚାକିରି

କଲମ୍ବିଆର ଜଣେ ଜଜ୍ ଏବେ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହିଛନ୍ତି । ପ୍ରଥମ ମ୍ୟୁନିସିପାଲ କ୍ରିମିନାଲ ଜଜ Vivian Polaniaଙ୍କ ବିରୋଧରେ ଏବେ ତଦନ୍ତ ଚାଲିଛି କାରଣ ସେ ଡ୍ରେସରେ ଡ଼ିସକାଉଣ୍ଟ ପାଇଁ ନିଜର ଅଣ୍ଡରଗାର୍ମେଣ୍ଟସରେ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋଗୁଡ଼ିକ ଖବରକାଗଜରେ ପ୍ରକାଶିତ ହେବା ପରେ ପ୍ରଶାସନ ଏବଂ ଅନ୍ୟ ବିଚାରପତିମାନେ ଆପତ୍ତି ଜାହିର କରିଥିଲେ ଯେଉଁଥିପାଇଁ ତାଙ୍କୁ ନିଜର ଚାକିରୀ ମଧ୍ୟ ହରାଇବାକୁ ପଡିପାରେ।

ସୂଚନା ଅନୁଯାୟୀ ଜଜ୍ ଭିଭିଆନ୍ ପୋଲାନିଆଙ୍କ ଉପରେ ଅଭିଯୋଗ ହୋଇଛି ଯେ ସେ ଏମିତି ପଦରେ ରହିଛନ୍ତି ଯେଉଁଥିରେ ନିଜର ସମ୍ମାନ ରହିଛି ଏବଂ ସାଧାରଣ ଲୋକମାନେ ତାଙ୍କ ପାଖକୁ ଆସନ୍ତି। ସେ ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି । କଲମ୍ବିଆର କାଇକାଟା ସହରରେ ଏକ ଖବରକାଗଜ ଦ୍ୱାରା ଭିଭିଆନଙ୍କୁ ଭର୍ସାଟାଇଲ ଜଜ ସୂଚାଇ ତାଙ୍କର ଏଭଳି ଫଟୋକୁ ଛାପିଥିଲେ ।

ତେବେ ଭିଭିଆନ୍ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜଜ୍ ହେବା ପରେ ମଧ୍ୟ ସେ ତାଙ୍କ କ୍ରସ୍ ଫିଟ୍ ପସନ୍ଦ କରନ୍ତି। ସେ ଏପରି ଫଟୋ ଅନଲାଇନରେ ପୋଷ୍ଟ କରୁଥିଲେ, ଯେଉଁ କାରଣରୁ ତାଙ୍କର ଫଲୋଅର୍ସ ବଢ଼ୁଥିଲେ । ତାସହିତ ତାଙ୍କର ଅନେକ ବ୍ରାଣ୍ଡ ସହିତ ଯୋଗାଯୋଗ ଅଛି ଯେଉଁମାନେ ପୋଷାକ ବ୍ୟବସାୟରେ ଅଛନ୍ତି ଏବଂ ତାଙ୍କୁ ସ୍ପେସିଆଲ ଡ଼ିସକାଉଣ୍ଟ ପ୍ରଦାନ କରନ୍ତି । ପୋଲନିଆ @vivianpolaniaf ନାମରେ ଇନଷ୍ଟାରେ ଅଛନ୍ତି କିନ୍ତୁ ଯାଞ୍ଚ ସମୟରେ ସେ ତାଙ୍କ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି । ତେବେ ଏହି ସାକ୍ଷାତକାର ପ୍ରକାଶ ପାଇବା ପରେ ବିଚାରପତି ସୁପିରିୟର କାଉନ୍ସିଲ ସେକ୍ସନ ଏହାକୁ ଗ୍ରହଣ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କାଉନସିଲର କହିବା ଅନୁଯାୟୀ ଏହା କରି ପୋଲାନିଆ ନିୟମ ଉଲ୍ଲଂଘନ କରିଛନ୍ତି ଯାହାଦ୍ୱାରା ଲୋକଙ୍କ ବିଶ୍ୱାସ ହ୍ରାସ ପାଇବ ।

Leave A Reply

Your email address will not be published.