ବିବାହ ପାଇଁ ଝିଅର ପରିବାରକୁ ମିଳିବ ଏତିିକି ହଜାର ଟଙ୍କା ସହାୟତା ରାଶି, ଜାଣନ୍ତୁ କିପରି ପାଇବେ
କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜାନ ଆଣୁଛନ୍ତି। ଏମାନଙ୍କ ମଧ୍ୟରୁ କିଛି ବୃଦ୍ଧ ଲୋକଙ୍କ ପାଇଁ ଥାଏ ତ ଅନ୍ୟ କିଛି ଝିଅ ମାନଙ୍କ ପାଇଁ। କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ରହିଛି ସମ୍ପୂର୍ଣ୍ଣ ଭାବେ ଝିଅ ମାନଙ୍କ ବିବାହକୁ ନେଇ। ମାନେ ଏବେ ଝିଅ ମାନଙ୍କ ବିବାହକୁ ନେଇ ସ୍କିମ ବାହାରିଛି। ଏଥିରେ ବିବାହ ପାଇଁ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ସ୍କିମର ନାମ ରହିଛି “Shadi Shagun Yojana”।
ଏଥିପାଇଁ ଝିଅକୁ ୧୮ ବର୍ଷ ହୋଇଥିବା ଆବଶ୍ୟକ। ପୁଅର ବୟସ ସୀମା ୨୧ ବର୍ଷରୁ ଅଧିକ ହୋଇଥିବା ଉଚିତ। ଗୋଟିଏ ପରିବାରରୁ ଦୁଇଟି ଝିଅ ଏହି ଲାଭ ଉଠାଇ ପାରିବେ। ଏହି ଯୋଜାନ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ଅଳ୍ପସଂଖ୍ୟକ, ସାମାନ୍ୟ ବର୍ଗର ପରିବାରର ଝିଅ ମାନଙ୍କୁ ଏହି ଲାଭ ମିଳିବ।
ତେବେ ଏହା ଉତ୍ତରପ୍ରଦେଶରେ ଥିବା ଲୋକମାନଙ୍କ ପାଇଁ ବୈଧ୍ୟ କରାଯାଇଛି। ୟୁପି ସରକାର ଏହି ନିୟମକୁ ପ୍ରଣୟନ କରିଛନ୍ତି। ଗ୍ରାମୀଣ କ୍ଷେତ୍ରରେ ଏମାନଙ୍କ ବାର୍ଷିକ ଆୟ ୪୬,୮୦୦ ଟଙ୍କା ଥିବା ବେଳେ ୫୬,୪୦୦ ଟଙ୍କା ରହିବା ଆବଶ୍ୟକ। ଆଧାର କାର୍ଡ ସାହାଯ୍ୟରେ ଏହା କରିହେବ। ଏହାସହ ବିବାହ କରୁଥିବା ଯୋଡ଼ି ମାନଙ୍କର ବୟସର ପ୍ରମାଣ ପତ୍ର ଥିବା ଆବଶ୍ୟକ।
ତେବେ ଏହି ରାଶି ଝିଅର ବିବାହର ୯୦ ଦିନ ପୂର୍ବରୁ କିମ୍ବା ୯୦ ଦିନ ପରେ ସେମାନଙ୍କ ପରିବାରକୁ ମିଳିବ। ସହାୟତା ରାଶି ୫୧ ହଜାର ଟଙ୍କା ରହିଥିବାର ଶୁଣିବାକୁ ମିଳିଛି। ଏଥିପାଇଁ ଆବେଦନକର୍ତ୍ତାଙ୍କୁ shadianudan.upsdc.gov.in ଲିଙ୍କକୁ ଯାଇ ଆଦେବନ କରିବାକୁ ହେବ। ପ୍ରଥମେ ରେଜିଷ୍ଟ୍ରେସନ କରିବା ପରେ ନିଜର ଆବଶ୍ୟକ ଦସ୍ତାବିଜକୁ ଦେବା ପରେ ଆପଣଙ୍କ ପ୍ରୋସେସ ପୂରଣ ହେବ।