କୁମ୍ଭ ମେଳାକୁ କାହିଁକି ଏତେ ପରିମାଣରେ ଯାଉଛନ୍ତି ବିଜେପି ନେତା ?

ନୂଆଦିଲ୍ଲୀ : କିଏ ଯାଉ ନଯାଉ ଏହି ନିର୍ବାଚନୀ ବର୍ଷରେ ପ୍ରୟାଗରାଜ କୁମ୍ଭ ମେଳାଙ୍କୁ ବିଜେପି ନେତାଙ୍କ ସୁଅ ଛୁଟି ଚାଲିଛି । କେହି କେହି ଥରେ ନୁହେଁ ଦୁଇ ଦୁଇ ଥରରୁ ଅଧିକ ବି ଯାଛନ୍ତି । ଏକାଥରେ ଦୁଇ ଦୁଇଟି ଲାଭ ମିଳୁଛି । ପ୍ରଥମରେ ତୀର୍ଥ ବୁଲିବା ହେଛି ଓ ଦ୍ୱିତୀୟରେ ରାଜନୀତି ବି । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୁମ୍ଭ ମେଳା ଯାଇ ବୁଡ଼ ପକାଇବା ସହ ତ୍ରିବେଣୀ ସଙ୍ଗମ ନିକଟରେ ଆଳତି କରିଛନ୍ତି । ସେମାନେ ସାଧୁ ସନ୍ଥଙ୍କ ସହ ମିଶି ପ୍ରଥମେ ପବିତ୍ର ବୁଡ଼ ପକାଇଥିଲେ ଏବଂ ପରେ ତ୍ରିବେଣୀ ସଙ୍ଗମ ନିକଟରେ ଆଳତି କରିଥିଲେ ।
ଅମିତା ଶାହ ଓ ଯୋଗୀ ଆଦିତ୍ୟନାଥ ବୁଡ଼ ପକାଇବାର ଭିଡିଓ ଦେଖନ୍ତୁ
#WATCH: BJP President Amit Shah, CM Yogi Adityanath and other leaders take holy dip at #KumbhMela in Prayagraj. pic.twitter.com/3mfg9AllFx
— ANI UP (@ANINewsUP)