ଅଂଜଳିଙ୍କ ପରିବାର ସହ ଠିଆ ହେଲେ ଶାହାରୁଖ ଖାନ୍‌ , ମିର ଫାଉଣ୍ଡେସନରୁ ଯୋଗାଇଲେ ଆର୍ଥିକ ସହାୟତା

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ କେବଳ ଜଣେ ଭଲ ଅଭିନେତା ନୁହଁନ୍ତି ତାଙ୍କର ଅନ୍ୟ କିଛି ଗୁଣ ରହିଛି । ସେ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥାନ୍ତି ।

ନିକଟରେ ଶାହାରୁଖ ଦିଲ୍ଲୀ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଂଜଳି ସିଂହ ଙ୍କ ପରିବାର ନିକଟରେ ଦେବଦୂତ ହୋଇ ଠିଆ ହୋଇଛନ୍ତି । ଶାହାରୁଖଙ୍କ ଫାଉଣ୍ଡେସନ ମିର ଅଂଜଳିଙ୍କ ପରିବାରକୁ କେତେ ଟଙ୍କା ଦେଇଛନ୍ତି, ତାହା ଜଣାପଡିନାହିଁ ।

ପ୍ରକାଶଯୋଗ୍ୟ, ନୂଆ ବର୍ଷ ଅବ୍ୟବହିତ ପୂର୍ବରୁ ଅଂଜଳି ନାଇଟ ସେଲିବ୍ରେସନ ସାରି ସ୍କୁଟିରେ ଫେରୁଥିବା ବେଳେ ଏକ କାର ସହ ଦୁର୍ଘଟଣା ଘଟିଥିଲା । କାର୍‌ ଟି ତାଙ୍କୁ ପ୍ରାୟ ୧୨ କିଲୋମିଟର ଯାଏ ଘୋଷାଡି ନେଇଥିଲା । ଫଳରେ ଅଂଜଳିଙ୍କର ମୃତ୍ୟୁ ହୋଇଥିଲା ।

ଅଂଜଳି ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବା ବେଳେ ତାଙ୍କର ମୃତ୍ୟୁ ପରେ ପରିବାର ଭାଙ୍ଗିପଡିଛନ୍ତି । ଏହି ସମୟରେ ଶାହାରୁଖ୍‌ ପରିବାର ନିକଟରେ ଠିଆ ହୋଇ ତାଙ୍କୁ ସହାୟତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.