ନୂଆଦିଲ୍ଲୀ : ଦିଲ୍ଲୀରେ ନିଟ୍ ପରୀକ୍ଷା ମାମଲା ବିରୋଧରେ ଛାତ୍ରଙ୍କ ପ୍ରତିବାଦ ଏବେ ବି ଜାରି ରହିଛି । ୨୦ ଜୁଲାଇରେ ସଂସଦ ଲାଠିଚାର୍ଜ ହୋଇଥିଲା । ଏହି ଆନ୍ଦୋଳନକୁ ନେଇ ନିକଟରେ ସଲମାନଙ୍କ ସମର୍ଥନ କରି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ସଲମାନଙ୍କ ପରେ ଏହାକୁ ନେଇ ଏବେ ଶାହରୁଖ ଖାନଙ୍କ ଏକ ପୋଷ୍ଟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଶାହରୁଖ ଛାତ୍ରମାନଙ୍କୁ ସମର୍ଥନ କରିବା ସହ ସେମାନଙ୍କ ହାର ନମାନିବାକୁ ଅନୁରୋଧ କରିଛନ୍ତି ।
ସୋସିଆଲ ମିଡିଆ ପୋଷ୍ଟରେ ଲେଖାଯାଇଛି ଯେ, ପ୍ରତିବାଦ କେବଳ ଏକ ପରୀକ୍ଷା ବିରୋଧରେ ନୁହେଁ, ବରଂ ଏକ ଉତ୍ତମ, ସ୍ୱଚ୍ଛ ଏବଂ ନିରପେକ୍ଷ ବ୍ୟବସ୍ଥା ପାଇଁ । ପ୍ରତ୍ୟେକ ଛାତ୍ରଙ୍କୁ ସେମାନଙ୍କର କଠିନ ପରିଶ୍ରମ ଉପରେ ବିଚାର କରାଯିବା ଉଚିତ, ଲିକ୍ କିମ୍ବା ସ୍କାମ ଉପରେ ନୁହେଁ । ଏହି ଲଢେଇ ଠିକ୍ ଏବଂ ଏହାର ଆବଶ୍ୟକତା ରହିଛି । ଯୁବପିଢି ହେଉଛି ଦେଶର ଭବିଷ୍ୟତ । ତୁମେ ନିରାଶ ହୋଇପାର, କ୍ଲାନ୍ତ ହୋଇପାର ହେଲେ ହାର ମାନ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ମତାମତ ରଖନ୍ତୁ । ନିଜ ଅଧିକାର ପାଇଁ ଲଢେଇ ଜାରି ରଖନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଦେଶର ନେତା, କର୍ତ୍ତୃପକ୍ଷ ଏବଂ ଆମ ସମସ୍ତଙ୍କୁ ଛାତ୍ରମାନଙ୍କ ସ୍ୱର ଶୁଣିବାକୁ ପଡିବ। ସେମାନଙ୍କ ଦାବିକୁ ଗମ୍ଭୀରତାର ସହ ନିଆଯିବା ଉଚିତ ।
ଅନ୍ୟପଟେ କିନ୍ତୁ ଶାହରୁଖ ଖାନ୍ ଏପରି ପୋଷ୍ଟ କରିନାହାଁନ୍ତି ବୋଲି ତଥ୍ୟ ଯାଞ୍ଚରୁ ଜଣାପଡିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ପୋଷ୍ଟ ସମ୍ପୂର୍ଣ୍ଣ ଭୁଲ ବୋଲି ତଥ୍ୟ ଯାଞ୍ଚରୁ ସୂଚନା ମିଳିଛି । ଶାହରୁଖ ଏହି ପୋଷ୍ଟ ସେୟାର କରିନାହାଁନ୍ତି ତେଣୁ ଏହି ଭୁଲ ସୂଚନାକୁ ପ୍ରସାରଣ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ହେଲେ ଏପର୍ଯ୍ୟନ୍ତ ଶାହରୁଖ ଖାନ ସିଜେପି ପ୍ରତିବାଦ ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି ।
Also Read : Salman Khan on CJP Protest : ଶିକ୍ଷାର୍ଥୀ ଆନ୍ଦୋଳନକୁ ସମର୍ଥନ, ଏହାକୁ ରାଜନୀତିର ରଙ୍ଗ ଦେବା ଉଚିତ ନୁହେଁ