ବଦଳିଲା ଶାହବାଜ ସରିଫଙ୍କ ସ୍ୱର: କହିଲେ; ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି ,ଏବେ ମୋଦିଙ୍କ ସହ ଆଲୋଚନା କରିବାକୁ ରାଜି

ନୂଆଦିଲ୍ଲୀ : ମୋଦିଙ୍କ ସହ ଆଲୋଚନା କରିବାକୁ ରାଜି ପାକିସ୍ତାନ ପ୍ରଧାନମନ୍ତ୍ରୀ । ବଦଲିଲା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସ୍ୱର । ଏଥିପାଇଁ ପ୍ରସ୍ତାବ ଦେଇଛନ୍ତି । ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ଶାହବାଜ କହିଛନ୍ତି, ପାକିସ୍ତାନ ଉଚିତ ଶିକ୍ଷା ପାଇସାରିଛି । ବର୍ତ୍ତମାନ ଶାନ୍ତିରେ ବଞ୍ଚିବାକୁ ଚାହେଁ । ଆସନ୍ତୁ ଆମ ସହ ଆଲୋଚନା କରନ୍ତୁ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି ଶାହାବାଜ ।

ସେ ଆହୁରି କହିଛନ୍ତି, ଆମେ ପ୍ରତ୍ୟେକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା । ଆମ ପଡୋଶୀ ଶାନ୍ତିରେ ବଞ୍ଚିବା ଆମର ଦାୟିତ୍ୱ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତ ସହିତ ତିନୋଟି ଯୁଦ୍ଧ କରିଛୁ । ପ୍ରତ୍ୟେକ ଥର ଏହା ଲୋକଙ୍କ ପାଇଁ ଅଧିକ ଦରିଦ୍ରତା ଏବଂ ବେକାରୀ ଆଣିଛି । ଆମେ ଏବେ ଶାନ୍ତିରେ ବଞ୍ଚିବାକୁ ଚାହୁଁଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ ଅପିଲ କରୁଛି ଯେ, ଆସନ୍ତୁ ବସି ଆଲୋଚନା କରିବା । ବୋମା ଏବଂ ବନ୍ଧୁକ ତିଆରି କରିବାରେ ସମ୍ବଳ ଖର୍ଚ୍ଚ କରିବାକୁ ପାକିସ୍ତାନ ଚାହୁଁନାହିଁ । ଯୁଦ୍ଧ କାହା ପାଇଁ ଭଲ ନୁହେଁ ବୋଲି କହିଛନ୍ତି ଶାହାବାଜ ।

ପାକିସ୍ତାନ ବର୍ତ୍ତମାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ସେଠାକାର ଲୋକଙ୍କୁ ଖାଇବାକୁ ମିଳୁନାହିଁ । ଏହି ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ଏହି ବୟାନ ଚର୍ଚ୍ଚାରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.