ସୁରକ୍ଷା ସହ ସେବା : କାଉଡିଆଙ୍କ ଗୋଡ ମାଲିସ୍ କରୁଛନ୍ତି ଏସପି, ଦେଖନ୍ତୁ ଭିଡିଓ

ଆରମ୍ଭ ହୋଇଛି ଶ୍ରାବଣ ମାସ । ଏହା ସହ ଆରମ୍ଭ ହୋଇଯାଇଛି ବୋଲବମ୍ । ଆଉ ରାସ୍ତା ସାରା ଦେଖିବାକୁ ମିଳୁଛି କାଉଡିଆମାନଙ୍କୁ । ଏହି କାଉଡିଆଙ୍କ ସୁରକ୍ଷା ପାଇଁ ସବୁଆଡେ ପୋଲିସଙ୍କୁ କରାଯାଇଛି ନିୟୋଜିତ । ଏପରିକି ସ୍ଥାନେ ସ୍ଥାନେ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହା ମଧ୍ୟରେ ଉତ୍ତରପ୍ରଦେଶର ଶାମଳୀରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏସପି ଅଜୟ କୁମାର ଜଣେ କାଉଡିଆଙ୍କ ଗୋଡ ମାଲିସ୍ କରୁଥିବାର ଦେଖିବାକୁ ମିଳିଛି । ଏହାକୁ ଶାମଳୀ ପୋଲିସ୍ ନିଜେ ଟୁଇଟ୍ କରିଛି ।

ଏହା ସହ ଅଜୟ କୁମାରଙ୍କ ଆଉ ଗୋଟିଏ ଫଟୋ ମଧ୍ୟ ଆସିଛି ସାମ୍ନାକୁ । ଯେଉଁଥିରେ ସେ ହେଲିକପ୍ଟରେ ବସି କାଉଡିଆଙ୍କ ପାଇଁ ରାସ୍ତାରେ ଫୁଲ ପକାଉଛନ୍ତି । ଅନ୍ୟପଟେ ଖବର ମିଳିଛି ମେରଠ, ସହାରନପୁର ଏବଂ ମୁଜଫରପୁରରେ ମଧ୍ୟ କାଉଡିଆଙ୍କ ଉପର ପୁଷ୍ପ ବୃଷ୍ଟି କରାଯାଇଛି ।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.