ଚୀନ : ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଛୁରାମାଡ, ୩ ମୃତ, ୧୫ ଆହତ
ଚୀନର ସବୁଠୁ ସାଙ୍ଘାଇର ଏକ ସୁପରମାକେର୍ଟରେ ଛୁରାମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୫ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି ।
ଖବର ମୁତାବକ, ସାଙ୍ଘାଇ ସହରର ଏକ ସୁପରମାକେର୍ଟରେ ଗତରାତିରେ ଏଭଳି ଘଟଣା ଘଟିଛି । ଚୀନରେ ଏକ ସପ୍ତାହ ଛୁଟି ସହିତ ୭୫ ତମ ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଘଟଣା ଘଟିଛି । ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ୩୭ ବର୍ଷୀୟ ଲିନ ଛୁରୀ ଧରି ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଛି ।
ଘଟଣା ବିଷୟରେ ପୋଲିସ ଖବର ପାଇ ଆକ୍ରମଣକାରୀକୁ ଗିରଫ କରିଛି । ଆକ୍ରମଣ କରିଥିବା ଲିନ୍ଙ୍କ ଆଥିର୍କ ଅବସ୍ଥା ଭଲ ନଥିଲା । ମାନସିକ ଭାବେ ଲିନଙ୍କ ଅବସ୍ଥା ସ୍ଥିର ନଥିଲା ।
ସୂଚନାଯୋଗ୍ୟ, ତେବେ ଗତ କିଛିଦିନ ହେଲାଣି, ଚୀନରେ ସାର୍ବଜନୀନ ସ୍ଥାନରେ ଛୁରାମାଡ ଘଟଣା ସାମ୍ନାକୁ ଆସିଛି । ଏଥିରେ ଅନେକ ଆକ୍ରମଣକାରୀ ମାନସିକ ଭାବେ ସୁସ୍ଥ ନଥିଲେ । ଚୀନର ୟୁନ୍ନାନ ପ୍ରାନ୍ତରେ ହସପିଟାଲରେ ଛୁରାମାଡ ଯୋଗୁଁ ୨ ଜଣଙ୍କର ପ୍ରାଣ ଚାଲିଯାଇଥିଲା । ସେହିପରି ଘଟଣାରେ ୨୧ ଜଣ ଆହତ ହୋଇଥିଲେ ।
ଗତବର୍ଷ ଅଗଷ୍ଟରେ ସେହିପରି ଜଣେ ବ୍ୟକ୍ତି ଛୁରାମାଡ କରି ୨ ଜଣଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ୭ ଜଣ ଆହତ ହୋଇଥିଲେ ।