ବିଦ୍ରୋହୀଙ୍କ ବିରୋଧରେ ଏନସିପି ସୁପ୍ରିମୋଙ୍କ କଡ଼ା ଆକ୍ସନ, ବିଦା ହେଲେ ୯ ବିଧାୟକ
ବିଦ୍ରୋହୀଙ୍କ ବିରୋଧରେ ଏନସିପି ସୁପ୍ରିମୋଙ୍କ କଡ଼ା ଆକ୍ସନ। ଏନସିପିରୁ ବିଦା ହେଲେ ଅଜିତ ପାୱାର ଗୋଷ୍ଠୀର ପ୍ରଫୁଲ ପଟେଲ, ସୁନୀର ତଟ୍କରୀ, ଏସଆର କୋହଲିଙ୍କ ସମେତ ୯ଜଣ ବିଧାୟକ। ଦିଲ୍ଲୀରେ ଶରଦ ପାୱାରଙ୍କ ଅଧ୍ୟକ୍ଷତାରେ ବସିଥିବା ଜାତୀୟ କାର୍ଯ୍ୟକାରିଣୀରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭେଟେରାନ ପାୱାର।

ବୈଠକରେ ୮ଟି ପ୍ରସ୍ତାବ ପାରିତ ହୋଇଛି। ଦଳ ଓ ସୁପ୍ରିମୋ ଶରଦ ପାୱାରଙ୍କ ଉପରେ ଆସ୍ଥାପ୍ରକଟ ନେଇ ଜାତୀୟ କାର୍ଯ୍ୟକାରିଣୀ ସ୍ପଷ୍ଟ କରିଛି। ନୂଆଦିଲ୍ଲୀରେ ଶରଦ ପାୱାରଙ୍କ ବାସଭବନରେ ବସିଥିବା ବୈଠକରେ ମହାରାଷ୍ଟ୍ର ସହ ୨୭ଟି ରାଜ୍ୟ ୟୁନିଟର ନେତା ମାନେ ଅଂଶଗ୍ରହଣ କରିଥିଲେ।
ଏଥିରେ ସମସ୍ତ ଶରଦଙ୍କୁ ଏକମାତ୍ର ନେତା ଭାବେ ଗ୍ରହଣ କରିଥିବା ନେଇ ଏନସିପି କେରଳ ସଭାପତି ପିସି ଚାକୋ କହିଛନ୍ତି। ସେପଟେ ଶରଦଙ୍କ କାର୍ଯ୍ୟାନୁଷ୍ଠାନରେ କୌଣସି ଆଇନଗତ ଦୃଢତା ନଥିବା କହିଛି ଅଜିତ ପାୱାର ଗୋଷ୍ଠୀ। ଜୁନ ୨ରେ ଅଜିତ ପାୱାରଙ୍କ ସମେତ ଅନ୍ୟ ୯ ବିଧାୟକ ସିନ୍ଦେ- ବିଜେପି ସରକାରରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ଏନସିପିରେ ଶକ୍ତି ପ୍ରଦର୍ଶନ ଆରମ୍ଭ ହୋଇଛି।