‘ମା ବିଷୟରେ ସୂଚନା ପାଇବାର ଏକ ତରିକା…’, Z + ସିକ୍ୟୁରିଟି ମିଳିବା ପରେ ଏମିତି କହିଲେ ଶରଦ ପାଓ୍ଵାର

କିଛି ଦିନ ତଳେ କେନ୍ଦ୍ର ସରକାର ମହାରାଷ୍ଟ୍ର ନେତା ତଥା ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ Z + ସୁରକ୍ଷା ଯୋଗାଇ ଦେଇଥିଲେ । ବର୍ତ୍ତମାନ ଏହା ଉପରେ ଶରଦ ପାୱାରଙ୍କ ପ୍ରତିକ୍ରିୟା ଆସିଛି । ପାୱାର କହିଛନ୍ତି ଯେ ତାଙ୍କୁ ଦିଆଯାଇଥିବା Z + ସୁରକ୍ଷା ତାଙ୍କ ବିଷୟରେ ପ୍ରମାଣଭିତ୍ତିକ ସୂଚନା ପାଇବାର ଏକ ତରିକା ହୋଇପାରେ । କାରଣ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଛି ।

Z + ସୁରକ୍ଷା ମିଳିବାକୁ ନେଇ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଛନ୍ତି, ଏହି ପଦକ୍ଷେପ ପଛର କାରଣ ସେ ଜାଣିନାହାନ୍ତି । ତେବେ କେନ୍ଦ୍ରର ନିଷ୍ପତ୍ତି ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି । ପାୱାର ଆହୁରି କହିଛନ୍ତି, ‘ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ମୋତେ କହିଛନ୍ତି ଯେ ସରକାର ତିନି ଜଣଙ୍କୁ Z + ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ମୁଁ ଜଣେ । ବୋଧହୁଏ ନିର୍ବାଚନ ପାଖେଇ ଆସୁଥିବାରୁ ଏହା ମୋ ବିଷୟରେ ପ୍ରମାଣଭିତ୍ତିକ ସୂଚନା ପାଇବାର ଏକ ତରିକା ।

ସିଆର୍‌ପିଏଫ୍‌ ସଶସ୍ତ୍ର ଫୋର୍ସର ଏକ ଟିମ୍ ପାଓ୍ଵାରଙ୍କ Z + ସୁରକ୍ଷା କଭରର ଅଂଶ ହେବ । ଅଫିସିଆଲ୍‌ ସୂତ୍ର ପୂର୍ବରୁ କହିଥିଲା କି, କେନ୍ଦ୍ରୀୟ ଏଜେନ୍ସି ବିପଦ ଆକଳନ କରି ପାୱାର ପାଇଁ ଏକ ମଜବୁତ ସୁରକ୍ଷା କଭର ସୁପାରିଶ କରିଥିଲା । ବ୍ଲୁ ବୁକ୍ ସୁରକ୍ଷା ଅନୁଯାୟୀ, ପ୍ରତ୍ୟେକ ଭିଭିଆଇପିଙ୍କୁ Z + ବର୍ଗର ସୁରକ୍ଷା ଦିଆଯାଏ । ସେମାନଙ୍କ ଚାରିପାଖରେ କଡ଼ା ସୁରକ୍ଷା ପହରା ରହିଥାଏ । ୫୮ ଜଣ ସଶସ୍ତ୍ର କର୍ମୀ ଏହି ବର୍ଗର ସୁରକ୍ଷାରେ ନିୟୋଜିତ ରୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like