ବିମାନ ଦୁର୍ଘଟଣା ନେଇ ପୂର୍ବରୁ ସଂକେତ ଦେଇଥିଲେ ଜ୍ୟୋତିର୍ବିଦ ଶର୍ମିଷ୍ଠା !

ଭୟଙ୍କର ବିମାନ ଦୁର୍ଘଟଣା । ଟେକଅଫ୍ ପରେ ବିମାନ ବନ୍ଦର ନିକଟ ବିଲଡିଂରେ ବାଡ଼େଇ ହୋଇ ନିଆଁ ପିଣ୍ଡୁଳା ପାଲଟି ଗଲା ଏୟାର ଇଣ୍ଡିଆ ବିମାନ । ଏଭଳି ଅଚାନକ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବଧ କରି ଦେଇଛି । ଖୋଜା ଚାଲିଛି ଅହମଦାବାଦ ବିମାନ ଦୁର୍ଘଟଣାର କାରଣ । ହେଲେ ଏହାରି ଭିତରେ ଆସିଛି ଜଣେ ମହିଳା ଜ୍ୟୋତିଷଙ୍କ ଭବିଷ୍ୟବାଣୀ । ତାଙ୍କର ଦାବି ସେ ଯାହା କହିଥିଲେ ତାହା ସତ ହୋଇଛି । ଅହମ୍ମଦାବାଦ ବିମାନ ଦୁର୍ଘଟଣାର କିଛି ଦିନ ପୂର୍ବରୁ ସେ ଏକ ସଙ୍କେତ ଦେଇଥିଲେ । ଏହି ମହିଳା ଜ୍ୟୋତିଷଙ୍କ ନାମ ହେଉଛି ଶର୍ମିଷ୍ଠା । ଜୁନ୍ ୫ ତାରିଖରେ କୁଆଡ଼େ ବିମାନ ଦୁର୍ଘଟଣା ହେବ ବୋଲି ଭବିଷ୍ୟବାଣୀ କରିଥିଲେ । ଯାହା ଆଜି ଅହମ୍ମଦାବାଦରେ ସତ ହୋଇଛି। ବର୍ତ୍ତମାନ ଏହି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୋଟିଏ ଟ୍ୱିଟ୍, ଗୋଟିଏ ତାରିଖ ଏବଂ ଗୋଟିଏ ଦୁର୍ଘଟଣା… ଏବେ ସୋସିଆଲ ମିଡିଆରେ ସମସ୍ତେ ଆଶ୍ଚର୍ଯ୍ୟ ।
ଜ୍ୟୋତିର୍ବିଦ ଶର୍ମିଷ୍ଠା ଜୁନ୍ ୫ ତାରିଖରେ ଗୋଟିଏ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ବିମାନ ଦୁର୍ଘଟଣା ଏବଂ ବିମାନ ଚଳାଚଳ କ୍ଷେତ୍ରରେ ସମ୍ଭାବ୍ୟ ‘ବିନାଶ’ ବିଷୟରେ ଚେତାବନୀ ଦେଇଥିଲେ । ଆଉ ତାର ଠିକ୍ ସାତ ଦିନ ପରେ ଜୁନ୍ ୧୨ ତାରିଖରେ, ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ହୋଇଛି । ଏହାପରେ ଏହି ଟ୍ୱିଟ୍ ଜୋର ଭାଇରାଲ ହେଉଛି।
ଜ୍ୟୋତିଷ ଜଣକ ଟ୍ୱିଟ୍ରେ ଲେଖିଛନ୍ତି ଯେ ୨୦୨୫ ମସିହାରେ ବିମାନ ଚଳାଚଳ କ୍ଷେତ୍ର ବୃଦ୍ଧି ପାଇବ, କିନ୍ତୁ ଏହି ସମୟରେ ବଡ଼ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ରହିବ। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ଯେତେବେଳେ ବୃହସ୍ପତି ମୃଗଶିରା ଏବଂ ଆରଦ୍ରା ନକ୍ଷତ୍ରରେ ରହିବେ, ସେତେବେଳେ ବିମାନ ଚଳାଚଳରେ ବିକାଶ ହେବ କିନ୍ତୁ ସୁରକ୍ଷା ଏବଂ ସ୍ଥିରତାର ଅଭାବ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ତାଙ୍କ ଟ୍ୱିଟ୍ରେ ଏହା ମଧ୍ୟ ଲେଖିଛନ୍ତି ଯେ “ମୁଁ ଏବେ ବି ବିମାନ ଦୁର୍ଘଟଣାର ଭବିଷ୍ୟବାଣୀ ଉପରେ କାଏମ ରହିଛି “।
ବୃହସ୍ପତି ଆରଦ୍ରା ନକ୍ଷତ୍ରରେ ପ୍ରବେଶ କରିବା ଫଳରେ ଲସଆଞ୍ଜେଲ୍ସରେ ଦଙ୍ଗା ପରିସ୍ଥିତି, ଆପଲ ଷ୍ଟୋରରେ ଲୁଟ୍, ଅଷ୍ଟ୍ରିଆ ସ୍କୁଲରେ ଗୁଳି ଚାଳନା ଭଳି ଘଟଣା ଘଟୁଥିବା ଶର୍ମିଷ୍ଠା ତାଙ୍କ ଟ୍ବିଟରରେ ଲେଖିଛନ୍ତି ।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଡ୍ରିମଲାଇନର ବିମାନଟି ଉଡ଼ାଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଖବର ମୁତାବକ ଏହି ବିମାନରେ ୨୪୨ ଜଣ ଯାତ୍ରା କରୁଥିଲେ। ଆଉ ସମସ୍ତଙ୍କର ଜୀବନ ଯାଇଥିବା ଆଶଙ୍କା କରାଯାଉଛି ।
ଏହି ଘଟଣା ପରେ, ସୋସିଆଲ ମିଡିଆରେ ଲୋକମାନେ ଜ୍ୟୋତିର୍ବିଦ ଶର୍ମିଷ୍ଠାଙ୍କ ପୁରୁଣା ଟ୍ୱିଟ୍ ଖୋଜିବା ଆରମ୍ଭ କରିଛନ୍ତି । ଏହାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏବେ ଏହାକୁ ଏକ ସଠିକ୍ ଭବିଷ୍ୟବାଣୀ ବୋଲି କହୁଛନ୍ତି । କିଛି ଲୋକ କହୁଛନ୍ତି ଯେ ଏତେ ସଠିକ୍ ଭବିଷ୍ୟବାଣୀ ? ମୁଁ ଏବେ ନକ୍ଷତ୍ରମାନଙ୍କୁ ଭୟ କରୁଛି । ଜଣେ ୟୁଜର୍ସ ଲେଖିଛନ୍ତି, କ’ଣ ପ୍ରକୃତରେ ଗ୍ରହ ନକ୍ଷତ୍ରମାନେ ଆମର ଉଡ଼ାଣର ପଥ ନିର୍ଣ୍ଣୟ କରୁଛନ୍ତି? ମହିଳା ଜ୍ୟୋତିଷ ତାଙ୍କ ଟ୍ୱିଟରେ ଏହା ମଧ୍ୟ ଲେଖିଛନ୍ତି ଯେ ଟାଟା ଗ୍ରୁପ୍ ହାଇଦ୍ରାବାଦରେ ରାଫେଲ୍ ଜେଟ୍ ର ଗଠନ କରିବ ଏବଂ ଆଗାମୀ ଦୁଇ ବର୍ଷ ମଧ୍ୟରେ ISRO ମହାକାଶ ପର୍ଯ୍ୟଟନ ଏବଂ ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟାରେ ବିଶ୍ୱକୁ ଚକିତ କରିଦେବ । ନକ୍ଷତ୍ର ଚଳନ ଆଧାରରେ ଏହି ସମସ୍ତ ଭବିଷ୍ୟବାଣୀ କରି ସାରିଛନ୍ତି ଶର୍ମିଷ୍ଠା।… ତେବେ ଜ୍ୟୋତିବିଦଙ୍କ ଭବିଷ୍ୟବାଣୀ ଏକ ବିଶ୍ବାସର କଥା । ହେଲେ ଏତେ ଲୋକଙ୍କ ଜୀବନ ଯିବା ପଛରେ ଥିବା କାରଣକୁ ଉଜାଗର କରିବା ହେଉଛି ଗୁରୁତ୍ବପୂର୍ଣ୍ଣ। ନହେଲେ ଲୋକେ ବିମାନ ଯାତ୍ରାକୁ ଡରିବେ ଆଉ ମୁହଁ ଫେରାଇବେ ।

Also Read: ଗୁଜରାଟରେ ବଡ଼ଧରଣର ବିମାନ ଦୁର୍ଘଟଣା, ଜାରି ରହିଛି ଅପଡେଟ…