କଂଗ୍ରେସକୁ ଟାର୍ଗେଟ କଲେ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା, କହିଲେ ‘ମୋ ବାପାଙ୍କ ପାଇଁ ତ କରିନଥିଲ’

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ପଞ୍ଚଭୂତରେ ବିଲୀନ ହୋଇସାରିଛନ୍ତି । ତାଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ପ୍ରଥମ ସ୍ମାରକୀ କରିବା ପାଇଁ ନିବେଦନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ।

କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଶର୍ମିଷ୍ଠା । ଶର୍ମିଷ୍ଠା କହିଛନ୍ତି, ୨୦୨୦ରେ ଯେତେବେଳେ ମୋ ବାପା ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ନିଧନ ହୋଇଥିଲା ସେତେବେଳେ ତ ଏକ ଶୋକସଭା କରିନଥିଲା କଂଗ୍ରେସ ।

ଯେତେବେଳେ ମୋ ପିତା ତଥା ପୂର୍ବତନ ଭାରତୀୟ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅଗଷ୍ଟ ୨୦୨୦ରେ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁଡି) ଦ୍ୱାରା ଶୋକସଭା କରାଯାଇନଥିଲା । କଂଗ୍ରେସର ଜଣେ ବରିଷ୍ଠ ନେତା ମୋତେ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ପାଇଁ ଏଭଳି ଶୋକସଭା ଅନୁଷ୍ଠିତ ହୁଏନାହିଁ । ହେଲେ ପରେ ମୁଁ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲି ଯେ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ ।

ଏହାବ୍ୟତୀତ ସିଆର୍ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା କାରଣ ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି । ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପିଭି ନରସିଂହା ରାଓଙ୍କ ନିଧନରେ ଦିଲ୍ଲୀରେ କୌଣସି ସ୍ମାରକୀ କରାଯାଇନାହିଁ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଶାସନରେ ରହିଥିବା ସତ୍ତ୍ବେ କଂଗ୍ରେସ କେବେ ବି ଶ୍ରୀ ରାଓଙ୍କ ପାଇଁ ସ୍ମାରକୀ କରିନାହିଁ ।