ଡ୍ରଗସ୍‌ ଲିଙ୍କରେ ବଲିଉଡ ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଡ୍ରଗସ୍‌ ଲିଙ୍କରେ ବଲିଉଡ ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ । ତାଙ୍କୁ ଅଟକ ରଖି ଦୀର୍ଘ ସମୟ ଜେରା କରିବା ପରେ ଗିରଫ କରିଛି ଆର୍ଯ୍ୟନ । ଆର୍ଯ୍ୟନଙ୍କ ସହ ୩ ଜଣ ଗିରଫ ହୋଇଛନ୍ତି । ତାଙ୍କ ମୋବାଇଲ ଫୋନ ପୂର୍ବରୁ ଜବତ କରିଛି NCB । ସେପଟେ ସୁଟିଂ ଛାଡି ସ୍ପେନରୁ ଫେରୁଛନ୍ତି ଶାହାରୁଖ । ଜାହାଜରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ NCB ଦ୍ୱାରା ଗିରଫ ହୋଇଛନ୍ତି ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌ । ସମୁଦ୍ର ମଝିରେ ଜାହାଜରେ ଚାଲିଥିଲା ଡ୍ରଗସ୍‌ ପାର୍ଟି ।

ଚଢଉରେ ବଲିଉଡ ସୁପରଷ୍ଟାରଙ୍କ ପୁଅଙ୍କ ସମେତ ମୋଟ ୮ ଜଣଙ୍କୁ ଏନସିବି ଅଟକ ରଖି ଥିଲା । ଆର୍ଯ୍ୟନ ଖାନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ, ମୁନମୁନ ଧମେଚା, ନୁପୁର ସାରିକା, ଇସମିତ ସିଂ, ମୋହକ ଜସଓ୍ଵାଲ , ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରାଙ୍କୁ ଅଟକ ରଖିଥିଲା NCB। ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା ଏକ ଜାହାଜରେ ଚାଲିଥିଲା ରେଭ ପାର୍ଟି । ବିଶେଷସୂତ୍ରରୁ ଖବର ପାଇ ଏନସିବି ଚଢଉ କରିଥିଲା । ସେମାନଙ୍କୁ NDPS ଆକ୍ଟରେ ଅଟକ ରଖାଯାଇଛି। ପାର୍ଟିରୁ କୋକେନ, ଚରସ ଭଳି ଡ୍ରଗ୍ସ ଜବତ କରାଯାଇଛି। ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାନଖେଡେଙ୍କ ନେତୃତ୍ୱରେ ୨୦ ଜଣିଆ ଟିମ୍‌ କରିଥିଲେ ଅପରେସନ । ମଧ୍ୟ ସମୁଦ୍ରରେ ରେଭ୍‌ ପାର୍ଟି ଆରମ୍ଭ ହୋଇଥିଲା । ପାର୍ଟି ଆରମ୍ଭର କିଛି ସମୟ ପରେ ହୋଇଥିଲା ରେଡ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.