ଶଶୀ ଥରୁରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ !

shashi-tharoor-sunandaନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ମିଳିଲା ଆଗୁଆ ଜାମିନ । ଏକ ଲକ୍ଷ ଟଙ୍କାର ବଣ୍ଡରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ଛାଡିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ଗତକାଲି ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ତେବେ ଥରୁରଙ୍କ ଆଗୁଆ ଜାମିନ ଆବେଦନକୁ ବିରୋଧ କରିଥିଲା ଏସଆଇଟି।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଆସନ୍ତା ୭ ତାରିଖରେ ଶୁଣାଣି ରହିଛି। ଏହି ଦିନ କୋର୍ଟରେ ବ୍ୟକ୍ତିଗତ ହାଜର ହେବାକୁ ଶଶୀ ଥରୁରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ବ୍ୟକ୍ତିଗତ ହାଜିରା ପୂର୍ବରୁ ଆଗୁଆ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଥରୁର। ୪ ବର୍ଷ ତଳେ ଦିଲ୍ଲୀର ଲୀଳା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା। ଏହି ମାମଲାରେ ଶଶୀ ଥରୁରଙ୍କ ବିରୋଧରେ ବିଚାର ଚାଲିବ ବୋଲି ଜୁନ ୫ରେ ଦିଲ୍ଲୀର ଏକ କୋର୍ଟ ରାୟ ଦେଇଥିଲେ। ଏହି ମାମଲାରେ ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଛି।

Leave A Reply

Your email address will not be published.