TMC ଟିକେଟ୍‌ରେ ଆସନସୋଲରୁ ଲୋକସଭା ଉପନିର୍ବାଚନ ଲଢ଼ିବେ ଶତ୍ରୁଘ୍ନ ସିହ୍ନା, ବାଲିଗଞ୍ଜରୁ ବାବୁଲ ସୁପ୍ରିଓ

ଲୋକସଭା ଉପନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଆସନସୋଲ ଏବଂ ବାଲିଗଞ୍ଜ ଉପନିର୍ବାଚନରେ ନିର୍ବାଚନ ଲଢ଼ିବା ପାଇଁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଆସନସୋଲରୁ ଲୋକସଭା ଉପନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ଟିଏମ୍‌ସିର ପ୍ରାର୍ଥୀ ହୋଇଛନ୍ତି।

ଏହାକୁ ନେଇ ମମତା ବାନାର୍ଜୀ ଟ୍ଵିଟ୍‌ କରିଛନ୍ତି। ଟ୍ଵିଟ୍‌ରେ ସେ ଲେଖିଛନ୍ତି କି, ‘ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ତରଫରୁ ଏହା ଘୋଷଣା କରି ଖୁସି ଲାଗୁଛି ଯେ ଆସନସୋଲରୁ ଲୋକସଭା ଉପନିର୍ବାଚନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା ଆମର ପ୍ରାର୍ଥୀ ହେବେ’।

ସେପଟେ ମମତା ବାଲିଗଞ୍ଜରୁ ଲୋକପ୍ରିୟ ଗାୟକ ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିଛନ୍ତି। ସେ ଟ୍ଵିଟ୍‌ କରିଛନ୍ତି କି, ‘ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରସିଦ୍ଧ ଗାୟକ ବାବୁଲ ସୁପ୍ରିଓ ବାଲିଗଞ୍ଜରୁ ବିଧାନସଭା ଉପନିର୍ବାଚନରେ ଆମର ପ୍ରାର୍ଥୀ ହେବେ। ଜୟ ହିନ୍ଦ୍‌, ଜୟ ବାଂଲା, ଜୟ ମା’-ମାଟି-ମାନୁଷ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.