ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭର! ଯାହାଙ୍କ ଟ୍ୟାକ୍ସିରେ ବସିଲେ, ଯେ କେହି ପୁରୁଷ ନିଜ ବୁଦ୍ଧିବିବେକ ସବୁ ହରେଇ ବସନ୍ତି। ଆଉ ପ୍ରାର୍ଥନା କରନ୍ତି କେବେ ବି ଏହି ଯାତ୍ରା ନ ସରୁ। ହଁ, ଆଜି ଆମେ ଆପଣଙ୍କୁ ଏହି ସୁନ୍ଦରୀ ଟ୍ୟାକ୍ସି ଡ୍ରାଇଭରଙ୍କ ବିଷୟରେ କହିବାକୁ ଯାଉଛୁ। ତାଙ୍କ ନାଁ ଜାଁୟସୀ ତାଦେୟୋ, ବୟସ ୨୭ ବର୍ଷ। ସେ ନିଜର ସୁନ୍ଦରତା ପାଇଁ ବେଶ୍ ଲୋକପ୍ରିୟ ଅଟନ୍ତି। ଜାଁୟସୀ ଫିଲିପାଇନ୍ସରେ ରୁହନ୍ତି ଏବଂ କ୍ୟାବ୍ ଚଲାଇବା କାମ କରନ୍ତି। ଜାଁୟସୀ ମନୋବିଜ୍ଞାନରେ ସ୍ନାତକ କରିଛନ୍ତି। ପୂର୍ବରୁ ସେ ଏକ ମେଡିକାଲ କମ୍ପାନୀ ପାଇଁ ମେଡିସିନ୍ ରିପ୍ରେଜେଣ୍ଟିଟିଭ୍ ଭାବେ କାମ କରୁଥିଲେ।
ଏବେ ନିଜ ପସନ୍ଦ ଅନୁସାରେ କ୍ୟାବ୍ ଚଲାଇବା କାମ କରୁଛନ୍ତି ଜାଁୟସୀ। ତାଙ୍କ ସୌନ୍ଦଯ୍ୟର୍କୁ ଦେଖି ପ୍ରାୟ ସବୁ ସମୟରେ ଲୋକେ ତାଙ୍କ ଟ୍ୟାକ୍ସିରେ ଯାତ୍ରା କରିବାକୁ ଇଚ୍ଛା କରନ୍ତି। ଜାଁୟସୀଙ୍କୁ ବି ନିଜ ଯାତ୍ରୀଙ୍କ ସହିତ କଥାବାର୍ତ୍ତା ଏବଂ ସେମାନଙ୍କ ସହ ସେଲ୍ଫି ଉଠାଇବା ପାଇଁ ଭଲ ଲାଗିଥାଏ। ସେ କୁହନ୍ତି, ମୋତେ ବହୁତ ଖୁସି ଲାଗିଥାଏ, ଯେତେବେଳେ ଲୋକେ ମୋର ପ୍ରଶଂସା କରିଥାଆନ୍ତି। ମୁଁ ପ୍ରତିଦିନ ୧୨ ଘଣ୍ଟା କାମ କରେ। ଯିଏ ବି ମୋ ଟ୍ୟାକ୍ସିରେ ଆସିଥାଆନ୍ତି, ସେମାନଙ୍କୁ ସୁରକ୍ଷିତ ଭାବେ ତାଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇଦିଏ।
ଏହାସହ ପଢ଼ନ୍ତୁ: ଏଠି ବିବାହ ନ କଲେ ପୁରୁଷଙ୍କୁ ଦେବାକୁ ପଡୁଥିଲା ଟାକ୍ସ, କୁଆଁରା ରହିବା ଥିଲା ବଡ଼ ଅପରାଧ
ସେ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଲୋକଙ୍କୁ ଭେଟିଥାଆନ୍ତି। ଏଥିପାଇଁ ନିଜ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଥାଆନ୍ତି। ଜାଁୟସୀଙ୍କୁ ଡିଜାଇନିଙ୍ଗ୍ ଏବଂ ମଡେଲିଙ୍ଗ୍ ପ୍ରତି ବିଶେଷ ରୁଚି ରହିଛି। ଜଣେ ସଫଳ ମଡେଲ୍ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି।
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…