ଜମ୍ମୁ-କାଶ୍ମୀରରେ ମାଇନସ୍‌ ୫ ଡିଗ୍ରୀକୁ ଖସିଲା ତାମପାତ୍ରା , ବରଫ ପାଲଟିଲା ପ୍ରସିଦ୍ଧ ଡାଲ୍‌ ହ୍ରଦ

ଜମ୍ମୁ-କାଶ୍ମୀର(କେନ୍ୟୁଜ୍) : ବରଫ ପାଲଟିଲା ପ୍ରସିଦ୍ଧ ଡାଲ୍‌ ହ୍ରଦ। ଜମ୍ମୁ-କାଶ୍ମୀରରେ ତାମପାତ୍ରା ମାଇନସ୍‌ ୫ ଡିଗ୍ରୀକୁ ଖସିଆସିଛି। ଫଳରେ ଡାଲ୍‌ ହ୍ରଦ ଠାରୁ ଆରମ୍ଭ କରି ସମସ୍ତ ହ୍ରଦର ଜଳ ବରଫ ହୋଇଯାଇଛି। ଏପରିକି ଘରକୁ ଯାଇଥିବା ପାଇପ୍‌ ଲାଇନ୍‌ର ପାଣି ମଧ୍ୟ ବରଫ ହୋଇଯାଉଛି। ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି।