୮୦ ବର୍ଷରେ ଶିଲାଙ୍କୁ ଦିଲ୍ଲୀ ଦାୟିତ୍ୱ

ନୂଆଦିଲ୍ଲୀ : ୮୦ ବର୍ଷ ବୟସ୍କା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଶୀଲା ଦୀକ୍ଷିତଙ୍କୁ ପୁଣି ଧରିଲେ ଦିଲ୍ଲୀ ପ୍ରଦେଶ କଂଗ୍ରେସର ମଙ୍ଗ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୀତିରୁ ଏକପ୍ରକାର ଅବସର ନେଇ ଯାଇଥିବା ଶିଲା ଦୀକ୍ଷିତଙ୍କୁ ପୁଣି ଥରେ ଭରସା କରି ତାଙ୍କୁ ଦିଲ୍ଲୀର ମୁଖ୍ୟ କରିଛି କଂଗ୍ରେସ । ଆଜି ଏ ସମ୍ପର୍କରେ ଘୋଷଣା କରାଯାଇଛି । ଅଜୟ ମାକନ ଓହରିଯିବା ପରେ ଦିଲ୍ଲୀ ପିସିସି ମୁଖ୍ୟ ପଦବି ଖାଲି ପଡ଼ିଥିଲା ।
ଶିଲା ଦୀକ୍ଷିତ ତିନି ତିନିଥର ଦିଲ୍ଲୀର ମୁଖ୍ୟ ମନ୍ତ୍ରୀ ଭାବେ ୧୫ ବର୍ଷ ଧରି ଶାସନ କରିଥିଲେ । ପରେ ସେ ରାଜ୍ୟପାଳ ଭାବେ ମଧ୍ୟ ଅବସ୍ଥାପିତ ହୋଇଥିଲେ । ଏବେ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟିର ମୁକାବିଲା କରିବା ପାଇଁ କଂଗ୍ରେସ ତାଙ୍କୁ ଭରସା କରିଛି ।