୩୭୦ ଦିନରେ ୮,୬୪୦ କିଲୋମିଟର ଚାଲି ଚାଲି ମକ୍କାରେ ପହଞ୍ଚିଲେ ଶିହାବ ଚିତୁର

ଚାଲି ଚାଲି ଶହେ କିଲୋମିଟର ନୁହେଁ କି ହଜାର କିଲୋମିଟ, ୮,୬୪୦ କିଲୋମିଟର ଚାଲି ସାଉଦୀର ପବିତ୍ର ସହର ମକ୍କାରେ ପହଞ୍ଚିଛନ୍ତି ଜଣେ ବ୍ୟକ୍ତି । କେରଳର ମଲ୍ଲପୁରମ ଜିଲ୍ଲାର ବଲନଚେରୀରେ ରହୁଥିବା ଶିହାବ ଚିତୁର କରି ଦେଖାଇଛନ୍ତି ଏହି କାର୍ଯ୍ୟ । ସେ ୨ ଜୁନ ୨୦୨୨ ରେ ହଜ ପାଇଁ ସାଉଦୀ ଆରବ ପାଇଁ ନିଜର ଯାତ୍ରା ଆରମ୍ଭ କରିଥିଲେ।

ନୂଆଦିଲ୍ଲୀ : ଚାଲି ଚାଲି ଶହେ କିଲୋମିଟର ନୁହେଁ କି ହଜାର କିଲୋମିଟ, ୮,୬୪୦ କିଲୋମିଟର ଚାଲି ସାଉଦୀର ପବିତ୍ର ସହର ମକ୍କାରେ ପହଞ୍ଚିଛନ୍ତି ଜଣେ ବ୍ୟକ୍ତି । କେରଳର ମଲ୍ଲପୁରମ ଜିଲ୍ଲାର ବଲନଚେରୀରେ ରହୁଥିବା ଶିହାବ ଚିତୁର କରି ଦେଖାଇଛନ୍ତି ଏହି କାର୍ଯ୍ୟ । ସେ ୨ ଜୁନ ୨୦୨୨ ରେ ହଜ ପାଇଁ ସାଉଦୀ ଆରବ ପାଇଁ ନିଜର ଯାତ୍ରା ଆରମ୍ଭ କରିଥିଲେ।

ସେ ପାଦରେ ଚାଲି ଚାଲି ୮,୬୪୦ କିଲୋମିଟର ଯାତ୍ରାକୁ ୩୭୦ ଦିନରେ ଶେଷ କରିଛନ୍ତି । ତାଙ୍କର ପଦଯାତ୍ରା ଭାରତରୁ ଆରମ୍ଭ କରି ପାକିସ୍ତାନ, ଇରାନ, ଇରାକ ଓ କୁଏତ ଦେଇ ଗତ ମାସ ଦ୍ୱିତୀୟ ସପ୍ତାହରେ କୁଏତର ସାଉଦୀ ଆରବରେ ପହଞ୍ଚିଛନ୍ତି । ସାଉଦ ଆରବରେ ପହିଞ୍ଚିବା ପରେ ଶିହାବ ମଦିନାରେ ପହଞ୍ଚିଥିଲେ ।

ମକ୍କା ଯିବା ପୂର୍ବରୁ ସେ ମଦିନାରେ ୨୧ ଦିନ କାଟିଥିଲେ । ଶିହାବ ମଦିନା ଓ ମକ୍କା ମଧ୍ୟରେ ୪୪୦ କଲୋମିଟର ଦୂର ଯାତ୍ରାକୁ ୯ ଦିନରେ ପୂର୍ଣ୍ଣ କରିଥିଲେ । ଶିହାବ ଚେତୁର ନିଜର ୟୁଟ୍ୟୁବ ଚ୍ୟାନେଲ ଜରିଆରେ ନିଜର ଯାତ୍ରାର ସମସ୍ତ ତଥ୍ୟ ଅପଡେଟ କରୁଥିଲେ । ତାଙ୍କର ଯାତ୍ରାକୁ ନେଇ ବଡ଼ ଆଲୋଚନା ଚାଲୁଥିଲା । ସେ ଯେଉଁ ସହରରେ ପହଞ୍ଚୁଥିଲେ ତାଙ୍କୁ ଦେଖିବା ପାଇଁ ଲୋକେ ଏକାଠି ହେଉଥିଲେ ।

ପାକିସ୍ତାନରେ ପ୍ରବେଶ ଅନୁମତି ଦିଆଯାଇ ନଥିଲା

ଗତ ବର୍ଷ ଜୁନରେ ନିଜର ହଜ ଯାତ୍ରା ଆରମ୍ଭ କରିବା ପରେ ଶିହାବ ବାଘା ବର୍ଡରରେ ପହଞ୍ଚିବା ପରେ ପାକିସ୍ତାନରୁ ଅନୁମତି ଆବଶ୍ୟକ ଥିଲା । ହେଲେ ଏଠାରେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେଠାରେ ତାଙ୍କର ଭିଜା ନଥିବାରୁ ତାଙ୍କୁ ଛଡା ଯାଇନଥିଲା ।

ଟ୍ରାଞ୍ଜିଟ ଭିଜା ପାଇବାକୁ ତାଙ୍କୁ ବାଘାର ଏକ ସ୍କୁଲରେ ୧ ମାସ ଅପେକ୍ଷା କରିବାକୁ ପଡିଥିଲା । ଫେବ୍ରୁଆରୀ ୨୦୨୩ ରେ ଶିହାବ ଏକ ଟ୍ରାନଜିଟ ଭିଜା ହାସଲ କରିବାରେ ସଫଳ ହୋଇଥିଲେ ଓ ପାକିସ୍ତାନରେ ପ୍ରବେଶ କରିଥିଲେ । ମକ୍କା ପର୍ଯ୍ୟନ୍ତ ୮,୬୪୦ କିଲୋମିଟର ରାସ୍ତା ପାର କରିବା ପାଇଁ ତାଙ୍କୁ ୧ ବର୍ଷ ୫ ଦିନ ସମୟ ଲାଗିଥିଲା ।

Leave A Reply

Your email address will not be published.