ଦେଶ ବିଦେଶ

ରାମଲାଲାଙ୍କ ମୂର୍ତ୍ତିରୁ ଆସୁଛି ଚମକ, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଖାଯାଇ ନଥିଲା ଏମିତି

ସରିଛି ଅଯୋଧ୍ୟା ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ । ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତମାନେ ବ୍ୟାକୁଳର ସହ ଅପେକ୍ଷା କରିଛନ୍ତି । କିନ୍ତୁ ବର୍ତ୍ତମାନ ରାମଲାଲାଙ୍କ ମୂର୍ତ୍ତିର ରୂପ ବଦଳି ଯାଇଛି । କଥା ଟା ହୁଏତ ବିଶ୍ୱାସ ହେଉ ନଥିବ । କିନ୍ତୁ କଥାଟା ସମ୍ପୂର୍ଣ୍ଣ ଭାବେ ସତ । ଏ ଚମକ ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଖାଯାଇ ନଥିଲା । କିନ୍ତୁ ଗର୍ଭ ଗୃହରେ ରାମଲାଲା ବିରାଜମାନ କରିବା ପରେ ରାମଲାଲାଙ୍କ ମୂର୍ତ୍ତିରୁ ଚମକ ଆସୁଛି । ରାମଙ୍କ ବିଗ୍ରହର ଅପୂର୍ବ ଶୋଭା ସମସ୍ତଙ୍କୁ ଆକୃଷ୍ଟ କରୁଛି । ରାମଙ୍କ ଆଖି କଥା କହୁଛି । ରାମଲାଲାଙ୍କ ସୌନ୍ଦର୍ଯ୍ୟ ଦେଖିଲେ ଆଖି ଲାଖି ରହି ଯାଉଛି । ତେବେ ଏ ଚମକ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଖାଯାଇ ନଥିଲା । କିନ୍ତୁ ଏବେ ମୂର୍ତ୍ତିରେ ଏକ ଭିନ୍ନ ଚମକ ଦେଖାଯାଉଛି ।

ମୂର୍ତ୍ତି ପ୍ରସ୍ତୁତ କରିଥିବା ମୂର୍ତ୍ତିକାର ଅରୁଣ ୟୋଗୀରାଜ ମଧ୍ୟ ଏହି କଥାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ମୁଁ ମୂର୍ତ୍ତି ପ୍ରସ୍ତୁତ କରିଛି, କିନ୍ତୁ ମୂର୍ତ୍ତି ଗର୍ଭ ଗୃହରେ ପ୍ରବେଶ କରିବା ପରେ ମୂର୍ତ୍ତିର ଭାବ ବଦଳି ଯାଇଛି । ରାମଲାଲାଙ୍କ ଆଖି କଥା କହୁଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଇଣ୍ଟରନେଟରେ ଭାଇରାଲ ହୋଇଥିବା ମୂର୍ତ୍ତି ଏବଂ ବର୍ତ୍ତମାନର ମୂର୍ତ୍ତି ଭିତରେ ବହୁତ ତଫାତ୍‌ ଦେଖାଯାଉଛି । ୟୋଗୀରାଜଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତି ନିଶ୍ଚିତ ଭାବରେ ଜୀବନ୍ତ ହୋଇ ଉଠିଛି ।

ପ୍ରାଣ ପ୍ରତିଷ୍ଠା ପରେ ମୂର୍ତ୍ତିର ଭାବ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ୟୋଗୀରାଜ ପ୍ରତିମାର ଆଖି ଅତି ନିଖୁଣ ଭାବେ ଗଢ଼ିଥିଲେ, ଯାହା ଜୀବନ୍ତ ଭଳି ପ୍ରତୀତ ହୋଇଥିଲା । କିନ୍ତୁ ପ୍ରାଣ ପ୍ରତିଷ୍ଠା ପରେ ଏହି ମୂର୍ତ୍ତିର ଆଖି ସତେ କି କଥା କହୁଛି ।

ଯେଉଁମାନେ ଏହି ପ୍ରତିମା ଦେଖୁଛନ୍ତି ସେମାନେ ସ୍ତବ୍ଧ ରହି ଯାଉଛନ୍ତି । ରାମଲାଲାଙ୍କ ମୂର୍ତ୍ତିରେ ଏଭଳି ଚମକ ଦେଖାଯିବାର ମଧ୍ୟ ଏକ ସ୍ୱତନ୍ତ୍ର କାରଣ ରହିଛି । ଆପଣ ନିଶ୍ଚିତ ଭାବେ ଜାଣିଥିବେ ଯେ ଯେଉଁ ସ୍ଥାନରେ ରାମଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି, ତାହା କୌଣସି ସାଧାରଣ ଭୂମି ନୁହେଁ । ଏହି ସ୍ଥାନରେ ରାମଙ୍କ ଜନ୍ମ ହୋଇଥିଲା । ତେଣୁ ଏହାକୁ ରାମ ଜନ୍ମ ଭୂମି ନାମରେ ମଧ୍ୟ ସ୍ଥାନିତ କରାଯାଇଛି । ଏହି ଭୂମିରେ ବହୁ ବର୍ଷ ପୂର୍ବେ ରାମଙ୍କ ଜନ୍ମ ହୋଇଥିଲା, ତେଣୁ ଏଠାରେ ବିଶେଷ ଉର୍ଜାକୁ ସାଧୁସନ୍ଥମାନେ ଅନୁଭବ କରନ୍ତି । ଏବଂ ବର୍ତ୍ତମାନ ରାମଙ୍କ ମୂର୍ତ୍ତିରେ ଏଭଳି ଚମକ ଦେଖାଯିବା ପରେ ଏ ବିଶ୍ୱାସ ଆହୁରି ଦୃଢ଼ ହୋଇଯାଇଛି ।

ଦୀର୍ଘ ୫୦୦ ବର୍ଷ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ଏନେଇ ଦେଶବାସୀ ବେଶ୍‌ ଖୁସି ଅଛନ୍ତି । ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଚାତକ ପରି ଅନାଇ ବସିଛନ୍ତି ।

Subhalaxmi Das

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

36 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

45 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

57 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago