ଶ୍ରଦ୍ଧାଳୁଙ୍କ ପାଇଁ ରାତିରେ ଶିରିଡି ସାଇବାବାଙ୍କ ଦର୍ଶନ ବନ୍ଦ, ସକାଳ ଏବଂ ସନ୍ଧ୍ୟା ଆଳତିରେ ମଧ୍ୟ ସାମିଲ ହୋଇପାରିବେନି ଭକ୍ତ

ଶିରିଡି ସାଇବାବା ଭକ୍ତଙ୍କ ପାଇଁ ନିରାଶ ଖବର। କରୋନା ନୂଆ ଭାରିଏଣ୍ଟ ଓମିକ୍ରନ ବଢୁଥିବା ମାମଲା ଦେଖି ମହାରାଷ୍ଟ୍ର ସରକାର ସଂପୂର୍ଣ୍ଣ ରାଜ୍ୟରେ ରାତି ୯ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ଦୃଷ୍ଟିରେ ଦେଖି ଶିରିଡି ସାଇ ବାବା ସଂସ୍ଥା ପକ୍ଷରୁ ରାତିରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଏହାସହିତ ପ୍ରତିଦିନ ସକାଳ ଏବଂ ରାତିରେ ହେଉଥିବା ଆଳତିରେ ମଧ୍ୟ ଶ୍ରଦ୍ଧାଳୁ ସାମିଲ ହେବେ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

କରୋନା ଭାଇରସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ମହାରାଷ୍ଟ୍ର ସରକାର। କରୋନାରୁ ନୂଆ ଭାରିଏଣ୍ଟ ମାମଲା ବଢୁଥିବା ଯୋଗୁଁ ରାଜ୍ୟରେ ରାତି ୯ଟାରୁ ସକାଳ ୬ ପର୍ଯ୍ୟନ୍ତ ସାର୍ବଜନୀକ ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ନ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡା ବିବାହ ସମାରୋହ ଯଦି କୌଣସି ରୁମ୍‌ ମଧ୍ୟରେ ହେଉଛି ତେବେ ୧୦୦ ଜଣଙ୍କୁ ଅନୁମତି ଆଉ ଯଦି ଖୋଲା ସ୍ଥାନରେ ହେଉଥିଲେ ତେବେ ୨୫୦ ଲୋକଙ୍କୁ ସାମିଲ ହେବା ପାଇଁ ଅନୁମତି ମିଳିବ ନାହିଁ। ନୂଆବର୍ଷ ସେଲିବ୍ରେସନ ଉପରେ ମଧ୍ୟ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି।

ଦେଶରେ ଆଜି ୪୨୨ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ରହିଛି। ଯାହା ପରେ ଦିଲ୍ଲୀ, ଗୁଜରାଟ, ତେଲେଙ୍ଗା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ,  କରୋନା ଯୋଗୁଁ କିଛି ମାସ ବାବାଙ୍କ ଦର୍ଶନ ବନ୍ଦ ରହିବା ସହିତ ପ୍ରସାଦ ମଧ୍ୟ ବନ୍ଦ ରହିଥିଲା। ପରେ ବାବାଙ୍କ ଦର୍ଶନ ମିଳିବାକୁ ଅନୁମତି ମିଳିଥିବା ବେଳେ ପ୍ରସାଦ ବଣ୍ଟନକୁ ଅନୁମତି ମିଳିନଥିଲା। ଫଳରେ ଲକ୍ଷ ଲକ୍ଷ ଭକ୍ତ ବାବାଙ୍କୁ ଦର୍ଶନ କରୁଥିଲେ ସତ କିନ୍ତୁ ପ୍ରସାଦ ନ ମିଳିବାରୁ ନିରାଶ ହୋଇ ଫେରୁଥିଲେ। କିନ୍ତୁ ଯେଉଁ ପ୍ରସାଦ ମାଗଣା ମିଳୁଥିଲା ଏବେ ଏହି ଲଡୁ ପାଇଁ ପଇସା ଦେବାକୁ ପଡିବ ବୋଲି ମନ୍ଦିର ଟ୍ରଷ୍ଟ କହିଛି। କରୋନା ଯୋଗୁଁ ଦୀର୍ଘ ୭ମାସର ବ୍ୟବଧାନ ପରେ ମନ୍ଦିର ପରିସରରେ ଭକ୍ତଙ୍କ ପାଇଁ ପେଡା ଲଡୁ(ପ୍ରସାଦ) ବିକ୍ରୟ ଆରମ୍ଭ କରିଛି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ (SSST)  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.