ଦେଶ ବିଦେଶ

ମେ ୧ ତାରିଖରୁ ସିରିଡି ସାଇ ବାବା ମନ୍ଦିର ଦର୍ଶନ ବନ୍ଦ, ହେଲେ ବିଧି ମୁତାବକ ଚାଲିବ ପୂଜାର୍ଚ୍ଚନା

ସିରିଡି ସାଇବାବା ଯିବାକୁ ପ୍ଲାନ କରୁଥିଲେ ଆପଣଙ୍କ ନୈରାଶଜନକ ଖବର । ସିରିଡି ସାଇ ବାବାଙ୍କୁ ଦର୍ଶନ ନେଇ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସିରିଡି ସାଇ ବାବା ମନ୍ଦିର ମେ ୧ ତାରିଖରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସାଇବାବା ଟେମ୍ପଲ ଟ୍ରଷ୍ଟ । ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସଏଫ ଯବାନ ମୁତୟନ ହେବାକୁ କୁହାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ । ସିଆଇଏସଏଫଙ୍କୁ ମନ୍ଦିର ସୁରକ୍ଷାରେ ରହିବା ପାଇଁ ଗ୍ରାମବାସୀ ବିରୋଧ କରୁଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଳତୀ ଏବଂ ଅନ୍ୟାନ ପୂଜାର୍ଚ୍ଚନା ଚାଲୁରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବା ସତ୍ତ୍ୱେ ମନ୍ଦିରର ଅନ୍ୟ ସବୁ କାର୍ଯ୍ୟ ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ତେବେ ଗତ ବୁଧବାରରେ ହୋଇଥିବା ମିଟିଂ ପରେ ମନ୍ଦିରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ତେବେ ଦର୍ଶନ ବନ୍ଦ ରହିବା ସମୟରେ ସାଇବାବା ସଂସ୍ଥାର ସମସ୍ତ ଆବାସ ବ୍ୟବସ୍ଥା ଏବଂ ଭୋଜନ ବ୍ୟବସ୍ଥା ଚାଲୁ ରହିବ । ସିରିଡି ସାଇବାବା ମନ୍ଦିରରେ ବାରମ୍ବାର ଆକ୍ରମଣ ଧମକ ମିଳୁଛି । ଏହା ପରେ ମନ୍ଦିର ପରିସରରେ ଅନେକ ସୁରକ୍ଷା ବ୍ୟବସ୍ଥା ମୁତୟନ କରାଯାଇଛି।

ତେବେ ପ୍ରତିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ ପାଇଁ ସିରିଡି ଆସନ୍ତି। ଏମିତିରେ ମନ୍ଦିର ବନ୍ଦ କରିବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ମହାରାଷ୍ଟ୍ରର ଅହମଦନଗରର ଏକ ଗାଁରେ ବାବାଙ୍କ ମନ୍ଦିର ଅବସ୍ଥିତ । ସାଇ ବାବ ମନ୍ଦିରରେ ସବୁ ଧର୍ମର ବ୍ୟକ୍ତି ପୂଜାର୍ଚ୍ଚନା କରନ୍ତି । ମନ୍ଦିରର ସମସ୍ତ ଦାୟିତ୍ୱ ସିରିଡି ସାଇ ବାବା ମନ୍ଦିର ଟ୍ରଷ୍ଟ ଦ୍ୱାରା ହୋଇଥାଏ । ତେବେ ଟ୍ରଷ୍ଟର ଏଭଳି ନିଷ୍ପତ୍ତିକୁ ନେଇ ଶ୍ରଦ୍ଧାଳୁ ଅସନ୍ତୋଷ ରହିଛନ୍ତି।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

10 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

18 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

33 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

39 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

53 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago