ସଂସଦରେ ଦଳୀୟ ନେତା ପଦରୁ ସଂଜୟ ରାଉତଙ୍କୁ ବହିସ୍କାର କଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ଦଳର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସଂସଦୀୟ ଦଳର ନେତା ପଦରୁ ସଂଜୟ ରାଉତଙ୍କୁ ବହିସ୍କାର କରିଛନ୍ତି । ତାଙ୍କ ସ୍ଥାନରେ ଲୋକସଭା ସାଂସଦ ଗଜାନନ କୀର୍ତ୍ତିକରଙ୍କୁ ନିଯୁକ୍ତ କରିଛନ୍ତି ।

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ଦଳର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସଂସଦୀୟ ଦଳର ନେତା ପଦରୁ ସଂଜୟ ରାଉତଙ୍କୁ ବହିସ୍କାର କରିଛନ୍ତି । ତାଙ୍କ ସ୍ଥାନରେ ଲୋକସଭା ସାଂସଦ ଗଜାନନ କୀର୍ତ୍ତିକରଙ୍କୁ ନିଯୁକ୍ତ କରିଛନ୍ତି ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ପତ୍ର ଲେଖି ଶିବସେନା ଦଳର ମୁଖ୍ୟ ଏକନାଥ ସିନ୍ଧେ କହିଛନ୍ତି, ଶ୍ରୀ କୀର୍ତ୍ତିକରଙ୍କୁ ସଂସଦରେ ଶିବସେନା ଦଳର ନେତା ଭାବେ ନିଯୁକ୍ତ କରାଯାଇଛି । ସଂସଦୀୟ ଦଳର ନେତା ଭାବେ ଘୋଷଣା ପରେ ଶ୍ରୀ କୀର୍ତ୍ତିକରଙ୍କୁ ଶିବସେନା ନେତାମାନେ ସମ୍ବର୍ଦ୍ଧନା ଦେଇଥିଲେ ।

ପ୍ରକାଶଯୋଗ୍ୟ, ଲୋକସଭାରେ ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୪ ଜଣ ସାଂସଦ ଉଦ୍ଧବ ଠାକରେଙ୍କ ଅନୁଗତ ଅଛନ୍ତି । ଦଳର ନୀତି ଆଦର୍ଶକୁ ଭାଙ୍ଗି ଠାକରେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିବାରୁ ଗତବର୍ଷ ସିନ୍ଧେ ଏହାକୁ ବିରୋଧ କରି ଦଳକୁ ଦୁଇ ଭାଗ କରିଦେଇଥିଲେ ।

Leave A Reply

Your email address will not be published.