ବୁଥ୍‌ ଶୌଚାଳୟରେ ମୃତ ଅବସ୍ଥାରେ ମିଳିଲେ ଶିବସେନାର ପୋଲିଂ ଏଜେଣ୍ଟ, ତଦନ୍ତ କରୁଛି ପୋଲିସ

ମୁମ୍ବାଇର ୱର୍ଲି ଅଞ୍ଚଳରେ ଏକ ମତଦାନ କେନ୍ଦ୍ରର ଶୌଚାଳୟ ଭିତରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ମିଳିଛି । ମୃତ ପୋଲିଂ ବୁଥ୍‌ ଏଜେଣ୍ଟଙ୍କ ନାମ ମନୋହର ନଲଗେ ବୋଲି ଜଣାପଡ଼ିଛି । ୬୨ ବର୍ଷୀୟ ନଲଗେ ଶିବସେନା (ୟୁବିଟି)ର ପୋଲିଂ ବୁଥ୍‌ ଏଜେଣ୍ଟ ଥିଲେ ।

ମହାରାଷ୍ଟ୍ର: ମୁମ୍ବାଇର ୱର୍ଲି ଅଞ୍ଚଳରେ ଏକ ମତଦାନ କେନ୍ଦ୍ରର ଶୌଚାଳୟ ଭିତରୁ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ମିଳିଛି । ମୃତ ପୋଲିଂ ବୁଥ୍‌ ଏଜେଣ୍ଟଙ୍କ ନାମ ମନୋହର ନଲଗେ ବୋଲି ଜଣାପଡ଼ିଛି । ୬୨ ବର୍ଷୀୟ ନଲଗେ ଶିବସେନା (ୟୁବିଟି)ର ପୋଲିଂ ବୁଥ୍‌ ଏଜେଣ୍ଟ ଥିଲେ । ମୁମ୍ବାଇର ଏନ୍‌ଏମ୍‌ ଯୋଶୀ ମାର୍ଗ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ମୁତାବକ, ନଲଗେ ଦୀର୍ଘ ଦିନରୁ ଶିବସେନା (ୟୁବିଟି)ର ପୋଲିଂ ଏଜେଣ୍ଟ ଥିଲେ ଏବଂ ବର୍ଷ ବର୍ଷ ଧରି ଦଳ ସହିତ ଯୋଡ଼ି ହୋଇ ରହିଥିଲେ ।

କହି ରଖୁଛୁ ଯେ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ସୋମବାର ମହାରାଷ୍ଟ୍ରର ୧୩ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଥିଲା । ରାତି ସୁଦ୍ଧା ପାଖାପାଖି ୪୯.୦୪ ପ୍ରତିଶତ ମତଦାନର ଖବର ରହିଛି । ଡିଣ୍ଡୋରି ଆସନରେ ସର୍ବାଧିକ ୫୭.୦୬ ପ୍ରତିଶତ ମତଦାନ ହୋଇଥିବା ବେଳେ କଲ୍ୟାଣରେ ସର୍ବନିମ୍ନ ୪୧.୭୦ ପ୍ରତିଶତ ହୋଇଥିଲା । ଏହା ସହିତ ରାଜ୍ୟର ସମସ୍ତ ୪୮ଟି ଆସନରେ ଭୋଟ୍ ଶେଷ ହୋଇଛି । ତେବେ ନିର୍ବାଚନ ମଧ୍ୟରେ ମୁମ୍ବାଇରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି ।

ମୁମ୍ବାଇର ୱର୍ଲି ବୁଥରେ ଶିବସେନା (ୟୁବିଟି)ର ଜଣେ ପୋଲିଂ ଏଜେଣ୍ଟଙ୍କ ମୃତଦେହ ମିଳିଛି । ପୋଲିସ ସୂଚନା ମୁତାବକ, ୬୨ ବର୍ଷୀୟ ମନୋହର ନଲଗେ ସୋମବାର ସନ୍ଧ୍ୟାରେ ଶୌଚାଳୟ ଯାଇଥିଲେ, ହେଲେ ଦୀର୍ଘ ସମୟ ଯାଏ ବାହାରକୁ ଆସି ନ ଥିଲେ । ଯେତେବେଳେ ତାଙ୍କ ସାଥୀମାନେ ଜବରଦସ୍ତ କବାଟ ଖୋଲିଥିଲେ, ସେତେବେଳେ ମନୋହର ତଳେ ପଡ଼ିଥିବାର ଦେଖିବାକୁ ପାଇଥିଲେ ।

ଏହାପରେ ମନୋହରଙ୍କୁ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମନୋହର ବିଡିଡି ଚୌଲାର ବାସିନ୍ଦା ଥିଲେ । ପୋଲିସ ଏହି ଘଟଣାରେ ADR ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.