କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

ଭୋପାଲ: ଆଜି କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ରୁଜୁ କରିପାରନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ । ପୁଅ କାର୍ତ୍ତିକେୟଙ୍କ ନାଁରେ ରାହୁଲ ଆପତ୍ତିଜନକ ମନ୍ତବ୍ୟ ଦେଇ ତାଙ୍କ ପରିବାରର ପ୍ରତିଷ୍ଠା ପରେ ଆଞ୍ଚ ଆଣିଥିବା ଶିବରାଜ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ମାନହାନି ମୋକଦ୍ଦମା କରିବେ ବୋଲି ସୋମବାର ବିଳମ୍ବିତ ରାତିରେ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାହୁଲ ଦୁଇ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଅଛନ୍ତି। ସୋମବାର ଏକ ସଭାକୁ ସମ୍ବୋଧିତ କରିବା ବେଳେ ରାହୁଲ କହିଥିଲେ, “ମାମାଜୀଙ୍କ ଯେଉଁ ପୁଅ ଅଛି, ପାନାମା ପେପର୍ସରେ ତାଙ୍କ ନାଁ ଆସିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାବ ଶରୀଫଙ୍କ ନାଁ ଆସିଥିଲା ବୋଲି ପାକିସ୍ତାନ ପରି ଦେଶ ତାଙ୍କୁ ଜେଲ୍ ପଠାଇ ଦେଲା। ହେଲେ ଏଠାରେ ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁ ପାନାମା ପେପର୍ସରେ ଆସିଲେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏପରିଭାବେ ରାଜନୈତିକ ଭାଷଣରେ ପୁଅର ନାଁ ଟଣାଯିବାକୁ ନେଇ ଶିବରାଜ ଅସନ୍ତୋଷ ପ୍ରକାଶ କରିଛନ୍ତି।
କେବଳ ଶିବରାଜ ନୁହେଁ କାର୍ତ୍ତିକେୟ ମଧ୍ୟ ଟ୍ୱିଟ୍ କରି ରାହୁଲଙ୍କୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି ଯେ, ୪୮ ଘଣ୍ଟା ମଧ୍ୟରେ ସେ କ୍ଷମା ନ ମାଗିଲେ ତାଙ୍କ ଉପରେ କଠୋର ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବି।”