ସାଟେଲାଇଟ୍‌ ଦେଖାଇଲା ଚୀନ୍‌ର ସତ, ବୁହାନ୍‌ରେ ପ୍ରତିଦିନ ପୋଡ଼ା ଯାଉଛି ଶହ ଶହ କରୋନା ଆକ୍ରାନ୍ତଙ୍କ ମୃତଦେହ

କରୋନା ଯୋଗୁ ସାରା ବିଶ୍ୱବାସୀ ଆତଙ୍କିତ ହୋଇରହିଛନ୍ତି। ଏହି ମାରାତ୍ମକ ଭାଇରସ୍‌ ପ୍ରଭାବରେ ଚୀନ୍‌ବାସୀ ଅଧିକ ପ୍ରଭାବିତ ହୋଇଛନ୍ତି। ଖାସ୍‌ କରି ଚୀନ୍‌ର ବୁହାନ୍‌ ସହରରେ କରୋନା ଯୋଗୁ ମୃତ୍ୟୁହାର ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ କରୋନା ଯୋଗୁ ଚୀନ୍‌ରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ଭାବେ କୁହାଯାଉଥିଲେ ମଧ୍ୟ ଏହି ହାର ଅଧିକ ବୋଲି ଦାବି କରାଯାଇଛି।

କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳୀରେ ଅଧିକ ମାତ୍ରାରେ ସଲଫର ଡାଇଅକ୍ସାଇଡ୍‌ର ସ୍ତର ଥିବାରୁ ସେଠାରେ ଅଧିକ ଶବ ସଂସ୍କାର କରାଯାଇଛି ବୋଲି କେତେକ ମିଡିଆ ଦାବି କରୁଛନ୍ତି। ନିକଟରେ ଉପଗ୍ରହ ମାନଚିତ୍ରରେ ମଧ୍ୟ ଚୀନ୍‌ର ବୁହାନ ସହର ଆଖପାଖରେ ଏସ୍‌ଓଟୁ(SO2)ର ବିଷାକ୍ତ ସ୍ତର ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଚୁଙ୍ଗଚିଙ୍ଗ୍‌ ସହରରେ ମଧ୍ୟ ଅଧିକ ସଲଫର ଡାଇଅକ୍ସାଇଡ୍‌ର ସ୍ତର ଦେଖାଯାଇଛି।

Image result for shock-satellite-images-may-show-real-scale-chinas-coronavirus-deaths

ବୈଜ୍ଞାନିକଙ୍କ କହିବାନୁସାରେ ଶବ ସଂସ୍କାର ବେଳେ ଓ ମେଡିକାଲ ବର୍ଜ୍ୟବସ୍ତୁ ଜଳାଇବା ବେଳେ ସଲଫର ଡାଇଅକ୍‌ସାଇଡ୍‌ ଉତ୍ପନ୍ନ ହୁଏ। ଏଣୁ ଚୀନ୍‌ରେ କରୋନାଙ୍କ ମୃତ୍ୟୁ ସଂଖ୍ୟା ଢେର ଅଧିକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ନକ୍ସାକୁ ଯାଞ୍ଚ୍‌ କରିଥିବା ଜଣେ ଟ୍ଵିଟର ୟୁଜର କହିଛନ୍ତି କରୋନା ମୃତକଙ୍କ ଶବକୁ ସହର ବାହାରେ ସଂସ୍କାର କରାଯାଇଛି। ଏଣୁ ସେଠାରେ ଧୂଆଁର ଏକ ଆସ୍ତରଣ ଜମି ରହିଛି।

Image result for shock-satellite-images-may-show-real-scale-chinas-coronavirus-deaths

ସୂଚନାଯୋଗ୍ୟ ଯେ କରୋନା ବ୍ୟାପିବା ପରେ ସ୍ଥିତି ସାଂଘାତିକ ହେବାରୁ ବର୍ତ୍ତମାନ ଚୀନ୍‌ରେ ଆମିଷ ଖାଦ୍ୟକୁ ସମ୍ପୂର୍ଣ୍ଣ ବର୍ଜନ କରାଯିବା ସହ ମୃତ ବ୍ୟକ୍ତିଙ୍କ ଶବକୁ ଆଉ ପୋତାନଯାଇ ପୋଡ଼ାଯାଉଥିବା ଜଣାଯାଇଛି।

Leave A Reply

Your email address will not be published.