୪୫ଦିନ ଧରି ଲକଡାଉନରେ ବନ୍ଦ ଥିଲା ସେଲୁନ, ସଟର୍‌ ଖୋଲିବା ପରେ ଦେଖିବାକୁ ମିଳିଲା ଛାତିଥରା ଦୃଶ୍ୟ

କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଗତ ମାର୍ଚ୍ଚ ୨୪ ତାରିଖରୁ ଲକଡାଉନ ଜାରି କରାଯାଇଛି। ଲକଡାଉନ କାରଣରୁ କଳକାରଖାନା ସହ ତମାଖୁ ଦୋକାନ ମଧ୍ୟ ବନ୍ଦ ରହିଛି। ସୂଚନା ମୁତାବକ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପୂରଣ ହେବା ପରେ ଏହିସବୁ ଦୋକାନ କୋଲିବା ନେଇ କୋହଳ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରାର ସ୍ଥାନୀୟ ପ୍ରଶାସନକୁ ଲକଡାଉନରେ କୋହଳ ଦେବା ପାଇଁ ଘୋଷଣା କରିଥିଲେ। ଏହି ଘୋଷଣା ପରେ ବିହାରର ଭିନ୍ନ ଭିନ୍ନ ଜିଲ୍ଲାରେ ଡିଏମଙ୍କ ଆଦେଶରେ କିଛି ଦୋକାନ ଖୋଲା ରହିଛି।

snakeଏସବୁ ମଧ୍ୟରେ ବିହାରର ବୈଶାଳୀ ଜିଲ୍ଲାରୁ ଏକ ଅଭୁତ ଘଟଣା ସାମ୍ନାକୁ ଆସିଛି। ଲକଡାଉନ କାରଣରୁ ଗତ ୪୫ଦିନରୁ ବନ୍ଦ ଥିବା ଏକ ସେଲୁନକୁ ସାପମାନେ ନିଜର ଘର କରିନେଇଛନ୍ତି। ସୂଚନା ମୁତାବକ ଗତ ଶନିବାର ଦିନ ସେଲୁନ ମାଲିକ ଶ୍ରବଣ କୁମାର ଦୋକାନ ସଫା କରିବା ପାଇଁ ଯେମିତି ସଟର ଉଠାନ୍ତି ସେତେବେଳେ ସେ ଦୋକାନ ଭିତରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦୋକାନୀଙ୍କ କହିବାନୁଯାୟୀ ଦୋକାନ ସଫା କରିବା ପାଇଁ ସେ ସଟର୍‌ ଖୋଲିବା ମାତ୍ରେ ହିଁ ଚାରିଆଡେ ସାପ ବସା କରି ରହିଥିବାର ଦେଖିବା ପରେ ଦୋକାନ ଛାଡି ପଛକୁ ହଟି ଯାଇଥିଲେ। ଏହାପରେ ସେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସାପକୁ ଦୋକାନରୁ ଭିତରୁ ବାହାର କରିବା ପରେ ସଫେଇ କାର୍ଯ୍ୟ କରିଥିଲେ। ସୂଚନାଯୋଗ୍ୟ ଲକଡାଉନ କାରଣରୁ ଜନଗହଳି କମିଯାଇଥିବାରୁ ପଶୁମାନେ ମଧ୍ୟ ହଇରାଣ ହୋଇଛନ୍ତି।

Leave A Reply

Your email address will not be published.