ପୁଣି ଆମେରିକାରେ ଫୁଟିଲା ଗୁଳି: ୭ ଆହତ, ୩ ଗୁରୁତର

ଭର୍ଜିନିଆ ରିଚମଣ୍ଡ ସହରରେ ହୁଗୁଏନୋଟ ହାଇସ୍କୁଲ ଗ୍ରାଜୁଏସନ ସମାରୋହରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ୭ ଆହତ । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି ।

ଆମେରିକା (କେନ୍ୟୁଜ): ପୁଣି ଆମେରିକାରେ ଫୁଟିଲା ଗୁଳି । ଭର୍ଜିନିଆ ରିଚମଣ୍ଡ ସହରରେ ହୁଗୁଏନୋଟ ହାଇସ୍କୁଲ ଗ୍ରାଜୁଏସନ ସମାରୋହରେ ଗୁଳିକାଣ୍ଡ । ଗୁଳିକାଣ୍ଡରେ ୭ ଆହତ । ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା କରାଯାଉଛି । ପୋଲିସ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ମୋନରୋ ପାର୍କ ବାହାରେ ଗ୍ରାଜୁଏସନ ସମାରୋହ ସରିବା ପରେ ହୋଇଥିଲା ଗୁଳିକାଣ୍ଡ । ଗୁଳିକାଣ୍ଡ ପରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ଫଳରେ ଦୁଇ ଜଣ ପଡି ଆହତ ହୋଇଥିବାବେଳେ ଜଣେ କାରରେ ମାଡ ହୋଇ ଆହତ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.