ଦେଶ ବିଦେଶ

ପୂରା ଦେଶକୁ ସ୍ତବ୍ଧ କରିି ଦେଇଛି ଶ୍ରଦ୍ଧା ହତ୍ୟାକାଣ୍ଡ; ସେପଟେ ଜେଲ୍‌ରେ ନିଘୋଡ଼ ନିଦରେ ଶୋଇଥିବାର ନଜର ଆସିଲେ ଅଭିଯୁକ୍ତ ଅଫ୍‌ତାବ!

ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ପୂରା ଦେଶକୁ ସ୍ତବ୍ଧ କରି ଦେଇଛି। ଶ୍ରଦ୍ଧାଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟ ଏମିତି ସମୟରେ ନା ଶାନ୍ତିରେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି। କିନ୍ତୁ ସେପଟେ ଅଭିଯୁକ୍ତ ଅଫ୍‌ତାବ ଜେଲ ଭିତରେ ଶାନ୍ତିରେ ଶୋଇଥିବାର ନଜର ଆସିଛନ୍ତି। ଏହା ଦେଖି ପ୍ରଶ୍ନ ଉଠୁଛି ଯେ କିଏ କେମିତି ଏତେ କ୍ରୁର ହୋଇପାରିବ? କିଏ କେବେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ପ୍ରେମିକାକୁ ଖଣ୍ଡ ଖଣ୍ଡ କରିପାରିବ ନା ଧରା ପଡ଼ିଯିବା ପରେ ବିନା କୌଣସି ଡରରେ ଆରାମରେ ଶୋଇପାରିବ? ବୋଧହୁଏ ଏମିତି କରିପାରିବା ସମ୍ଭବ ନୁହେଁ। ହେଲେ କୁହନ୍ତି, ହତ୍ୟାକାରୀ ପାଖରେ ହୃଦୟ ବୋଲି କିଛି ନ ଥାଏ, ନଚେତ୍‌ ଗିରଫଦାରୀ ପରେ କେହି କେବେ ଜେଲରେ ଏମିତି ଆରାମରେ ଶୋଇପାରିବ?

ପୋଲିସ ମୁତାବକ, ପ୍ରେମିକା ଶ୍ରଦ୍ଧାଙ୍କ ଶରୀରର ଅଙ୍ଗଗୁଡ଼ିକୁ କାଟିବା ପାଇଁ ଅଭିଯୁକ୍ତ ଅଫ୍‌ତାବ କେବଳ ଗୋଟିଏ ମାତ୍ର ଅସ୍ତ୍ର ବ୍ୟବହାର କରିଥିଲେ। ଅଫ୍‌ତାବ ଏଥିପାଇଁ ମିନି କରତ ବ୍ୟବହାର କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ହତ୍ୟାକାଣ୍ଡରେ ବ୍ୟବହୃତ ମିନି କରତ ଜବତ ହୋଇପାରି ନାହିଁ। କିନ୍ତୁ ଏ ପର୍ଯ୍ୟନ୍ତର ତଦନ୍ତରୁ ଜଣାପଡ଼ିଛି ଯେ ଅଫ୍‌ତାବ ମହରୋଲୀର ଘରେ ପ୍ରଥମେ ୧୫ ମେ’ରେ ନିଜେ ସିଫ୍ଟ ହୋଇଥିଲେ। ପୁଣି ପରଦିନ ଶ୍ରଦ୍ଧାଙ୍କୁ ଘରକୁ ଆଣିଥିଲେ ଏବଂ ୧୮ ମେ’ରେ ତାଙ୍କୁ ହତ୍ୟା କରିଥିଲେ।

କହି ରଖୁଛୁ, ଅଫ୍‌ତାବ ଡେଟିଂ ଆପ୍‌ ବମ୍ବଲ ଜରିଆରେ ଶ୍ରଦ୍ଧାଙ୍କୁ ଭେଟିଥିଲେ। ଶ୍ରଦ୍ଧାଙ୍କ ହତ୍ୟାର ୧୫-୨୦ ଦିନ ଭିତରେ ଅଫ୍‌ତାବ ଏହି ଆପ୍‌ ଜରିଆରେ ଦ୍ୱିତୀୟ ଗାର୍ଲଫ୍ରେଣ୍ଡ କରିଥିଲେ, ଯାହାଙ୍କୁ ସେ ଫ୍ଲାଟ୍‌କୁ ଆଣୁଥିଲେ।

ପୋଲିସ ମୁତାବକ, ଅଫ୍‌ତାବ ନାମକ ଯୁବକ ନିଜ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ୧୫୦୦ କିଲୋମିଟର ଦୂରକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତା ଯୁବତୀଙ୍କ ନାମ ଶ୍ରଦ୍ଧା। ଦିଲ୍ଲୀ ପୋଲିସ ୫ ମାସ ତଳେ ଘଟିଥିବା ଏହି ହତ୍ୟା ରହସ୍ୟକୁ ଉନ୍ମୋଚନ କରି ଅଭିଯୁକ୍ତ ଅଫ୍‌ତାବ ଅମିନ୍‌ ପୁନାଓ୍ଵାଲାଙ୍କୁ ଗିରଫ କରିଛି। ପୋଲିସ ଏବେ ଅଫ୍‌ତାବଙ୍କ ମାଧ୍ୟମରେ ମୃତା ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ପୋଲିସ ମୁତାବକ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫ୍‌ତାବ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଦେଇଥିଲେ ଏବଂ ମାଂସ ଖଣ୍ଡଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ଅଫ୍‌ତାବ ପୋଲିସକୁ କହିଥିଲେ କି, ବିବାହକୁ ନେଇ ଶ୍ରଦ୍ଧା ପ୍ରାୟତଃ ତାଙ୍କ ଉପରେ ଚାପ ପକାଉଥିଲେ, ଯାହାକୁୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ୧୮ ମେ’ରେ ଜୋର୍‌ଦାର ଝଗଡ଼ା ଲାଗିବାରୁ ସେ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲେ। ପୁଣି ମୃତଦେହକୁ କରତରେ ୩୫ ଖଣ୍ଡ କରି ୩ ଭିନ୍ନ ଭିନ୍ନ ଜାଗାରେ ଫିଙ୍ଗି ଦେଇଥିଲେ। ପୋଲିସ ସୂଚନା ମୁତାବକ, ମୃତଦେହକୁ ୩୫ ଖଣ୍ଡ କରିବା ପରେ ଅଫ୍‌ତାବ ପ୍ରଥମେ ନିଜ ଘରେ ରଖିଥିଲେ। ଏହାକୁ ସତେଜ ରଖିବା ପାଇଁ ସେ ଏକ ସ୍ୱତନ୍ତ୍ର ବଡ଼ ଫ୍ରିଜ୍‌ କିଣିକି ଆଣିଥିଲେ ଏବଂ ୧୮ ଦିନ ପର୍ଯ୍ୟନ୍ତ ମାଂସ ଖଣ୍ଡଗୁଡ଼ିକୁ ଘରେ ଲୁଚାଇ ରଖିଥିଲେ। ରାତି ୨ଟା ପରେ ଅଫ୍‌ତାବ ସେଗୁଡ଼ିକୁ ପ୍ଲାଷ୍ଟିକ୍‌ ଜରିରେ ପୂରାଇ ସହରର ବିଭିନ୍ନ ଜାଗାରେ ଫିଙ୍ଗି ଦେଉଥିଲେ।

Roshni

Recent Posts

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

21 seconds ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

23 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

31 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

37 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

46 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

48 mins ago