ଶ୍ରଦ୍ଧାଙ୍କ ୨ ବର୍ଷ ତଳର ପୁରୁଣା ଫଟୋ ଆସିଲା ସାମ୍ନାକୁ…ଆଫ୍‌ତାବ ପିଟିବା ପରେ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରହିଥିଲେ ଭର୍ତ୍ତି

ଦେଶର ରାଜଧାନୀ ଦିଲ୍ଲୀରେ ହୋଇଥିବା ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ ଦ୍ରୁତ ଗତିରେ ଚାଲିଛି। ଦିଲ୍ଲୀ ପୋଲିସ ଅଧିକ ଯାଞ୍ଚ ପାଇଁ ଆଜି ଗୁରୁଗ୍ରାମରେ ପହଞ୍ଚିଛି। ଅଭିଯୁକ୍ତ ଆଫ୍‌ତାବ ନିଜ ଲିଭ୍‌ଇନ ପାର୍ଟନର ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ମହରୌଲୀର ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଆଶଙ୍କା କରାଯାଉଛି କି, ଶ୍ରଦ୍ଧାଙ୍କ ମୃତଦେହକୁ ୩୫ ଖଣ୍ଡ କରିବା ପରେ ଅନ୍ୟ ସ୍ଥାନମାନଙ୍କରେ ବି ଫିଙ୍ଗାଯାଇଛି। ଏହାରି ଭିତରେ ଶ୍ରଦ୍ଧାଙ୍କ ୨ ବର୍ଷ ପୁରୁଣା ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ମୁହଁରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଆଫ୍‌ତାବ ତାଙ୍କୁ ପ୍ରବଳ ମାତ୍ରାରେ ପିଟିଥିଲେ, ଯାହାପରେ ତାଙ୍କୁ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା।

ଦିଲ୍ଲୀ ପୋଲିସ ସୂଚନା ମୁତାବକ, ଶ୍ରଦ୍ଧା, ଆଫ୍‌ତାବଙ୍କ ସହିତ ଦିଲ୍ଲୀ ସିଫ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ ଆଫ୍‌ତାବ ଦିଲ୍ଲୀ ସିଫ୍ଟ ହେବାକୁ ବିରୋଧ କରୁଥିଲେ। ସେ ଏଥିପାଇଁ ରାଜି ନ ଥିଲେ। ଆଫ୍‌ତାବ ଅଧିକାଂଶ ସମୟ ନିଜ ଫୋନରେ ଚାଟିଂରେ ବ୍ୟସ୍ତ ରହୁଥିଲେ। ଯେତେବେଳେ ଶ୍ରଦ୍ଧା ତାଙ୍କୁ କାହା ସହିତ ଚାଟିଂ କରୁଛ ବୋଲି ପଚାରୁଥିଲେ, ତ ସେ ଏହାର ଗୋଳମାଳିଆ ଜବାବ ଦେଉଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହେଉଥିଲା।

ସୂଚନାଥାଉ କି, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପୂର୍ବରୁ ଆଫ୍‌ତାବ, ଶ୍ରଦ୍ଧାଙ୍କୁ ନେଇ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ବୁଲିବାକୁ ଯାଇଥିଲେ, ଯେପରି ଉଭୟଙ୍କ ମଧ୍ୟରେ ଛୋଟ ଛୋଟ ଝଗଡ଼ା କାରଣରୁ ହୋଇଥିବା ଦୂରତା ଦୂର ହୋଇପାରିବ। ଦିଲ୍ଲୀର ସାଉଥ୍‌ ଡିଷ୍ଟ୍ରିକ୍ଟ ପୋଲିସ କହିଛି ଯେ ଦିଲ୍ଲୀରେ ଯଦି କିଛି ମାସ ଭିତରେ କାହାର ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ମିଳିଛି, ତ ଏ ନେଇ ନିଶ୍ଚୟ ଜଣାନ୍ତୁ।

ଅଭିଯୋଗ ମୁତାବକ, ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଆଫ୍‌ତାବ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶଗୁଡ଼ିକୁ ଘର ଭିତର ଫ୍ରିଜ୍‌ରେ ଲୁଚାଇ ରଖିଥିଲେ। ଏଥିପାଇଁ ସେ ଏକ ନୂଆ ବଡ଼ ଫ୍ରିଜ୍‌ କିଣିଥିଲେ। ୧୮ ମେ’ରେ ଆଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ଘଟଣାର ୫ ମାସ ପରେ ପୋଲିସ ହତ୍ୟା ଅଭିଯୋଗରେ ଆଫ୍‌ତାବଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.