ଲକଡାଉନରେ ହିରୋଗିରି ଦେଖାଉଥିଲେ ପୋଲିସ ସବ-ଇନ୍ସପେକ୍ଟର, ‘ସିଙ୍ଘମ’ ଷ୍ଟାଇଲରେ କରୁଥିଲେ ଷ୍ଟଣ୍ଟ, ହେଲେ ଶେଷରେ ପରିଣାମ ହେଲା ଏମିତି

ଦେଶରେ ମେ’ 17 ଯାଏ ଲକଡାଉନ ଘୋଷଣା କରାଯାଇଛି। ସରକାର ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ସେପଟେ ପୋଲିସ କର୍ମୀମାନେ ଏବେ ବି ଫ୍ରଣ୍ଟ ଲାଇନରେ କାମ ଜାରି ରଖିଛନ୍ତି। ଯିଏ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସାଧାରଣ ଲୋକଙ୍କୁ ସହାୟତା ମଧ୍ୟ କରୁଛନ୍ତି। ତେବେ ଏହାରି ଭିତରେ ମଧ୍ୟ ପ୍ରଦେଶର ଜଣେ ପୋଲିସ ସବ-ଇନ୍ସପେକ୍ଟର ଏମିତି ହିରୋଗିରି ଦେଖାଇଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଏମପି ପୋଲିସ ସବ-ଇନ୍ସପେକ୍ଟର ମନୋଜ ଯାଦବଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଜୟ ଦେବଗନଙ୍କ ଫିଲ୍ମ ‘ସିଙ୍ଘମ’ର ଟାଇଟଲ ଟ୍ରାକରେ ଏକ କାର ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି। ସେ ଦୁଇଟି ଚଳନ୍ତା କାର ଉପରେ ଦୁଇ ଗୋଡ଼ ରଖି ଚାଲୁଥିବା ବେଳେ ଆଖିରେ କଳା ଚଷମା ପିନ୍ଧିଛନ୍ତି।

ଭିଡ଼ିଓ ଭାଇରଲ ହେବା ପରେ ଆଇଜି ଅନିଲ ଶର୍ମା ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଘଟଣାକୁ ଯାଞ୍ଚ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦମୋହ ପୋଲିସ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯାଞ୍ଚ ପରେ ସମ୍ପୃକ୍ତ ସବ-ଇନ୍ସପେକ୍ଟରଙ୍କ ଉପରେ 5 ହଜାର ଟଙ୍କାର ଜରିମାନା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.