ଆସନ୍ତାକାଲିଠୁ ଖୋଲୁଛି ସିଦ୍ଧି ବିନାୟକ ମନ୍ଦିର, ଦର୍ଶନ ପାଇଁ କ୍ୟୁଆର କୋଡ୍‌ ମାଧ୍ୟମରେ କରିବାକୁ ହେବ ପ୍ରି-ବୁକିଂ

କରୋନା ମହାମାରୀ ଯୋଗୁ ସବୁ କିଛି ଠପ୍‌ ହୋଇଯାଇଛି। ଧାର୍ମିକ ସ୍ଥାନଗୁଡ଼ିକ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏଣୁ ଅନେକ ଦିନ ହେବ ବିଭିନ୍ନ ବଡ଼ ବଡ଼ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ହୋଇ ରହିଛି। ତେବେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ ଧୀରେ ଧୀରେ କମୁଥିବାରୁ ଏବେ ମନ୍ଦିରଗୁଡ଼ିକ ଖୋଲିବା ଉପରେ ସରକାର ଦୃଷ୍ଟି ଦେଉଛନ୍ତି। ଦେଶର ଅନ୍ୟ ସ୍ଥାନ ଭଳି ମୁମ୍ବାଇରେ ମଧ୍ୟ ମନ୍ଦିରଗୁଡ଼ିକ ଖୋଲିବା ଆରମ୍ଭ ହୋଇଛି। ଏହି ଧାରାରେ ଆସନ୍ତାକାଲିଠାରୁ ଖୋଲୁଛି ସିଦ୍ଧି ବିନାୟକ ମନ୍ଦିର।


ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍‌ ଅକ୍ଟୋବର ୭ରୁ ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଘୋଷଣା କରିଛନ୍ତି। ଏଣୁ କାଲି ମୁମ୍ବାଇର ପ୍ରସିଦ୍ଧ ମନ୍ଦିର ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଭକ୍ତଙ୍କ ପାଇଁ ଖୋଲୁଛି। ଶ୍ରୀ ସିଦ୍ଧିବିନାୟକ ଗଣପତି ଟେମ୍ପଲ ଟ୍ରଷ୍ଟ ଭକ୍ତଙ୍କ ଦର୍ଶନ ଲାଗି ଗାଇଡ୍‌ଲାଇନ୍‌ ଘୋଷଣା କରିଛି।

ରିପୋର୍ଟ ମୁତାବକ, ପ୍ରତି ଘଣ୍ଟାରେ କେବଳ ୨୫୦ ଜଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ। ଦର୍ଶନ ପାଇଁ ଇଚ୍ଛୁକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରି-ବୁକିଂ ବ୍ୟବସ୍ଥା ଲାଗୁ କରାଯିବ। ଭକ୍ତମାନେ ମନ୍ଦିର ଟ୍ରଷ୍ଟ ଆପ୍‌ରେ କ୍ୟୁଆର କୋର୍ଡ ସ୍କାନ୍‌ କରି ପ୍ରି-ବୁକିଂ କରିପାରିବେ। ପ୍ରତି ଘଣ୍ଟାରେ ଦର୍ଶନ ପାଇଁ ସର୍ବାଧିକ ୨୫୦ ଜଣ ଶ୍ରଦ୍ଧାଳୁଙ୍କୁ କୋଡ୍‌ ଜାରି କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.