ମଞ୍ଜୁର ହୋଇପାରେ ସିଦ୍ଧୁଙ୍କ ଇସ୍ତଫା, ବିଟ୍ଟୁ ନେଇପାରନ୍ତି ଦାୟିତ୍ୱ

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ପତ୍ର ମଞ୍ଜୁର ହୋଇପାରେ । ତାଙ୍କ ସ୍ଥାନରେ ରବିନୀତ ବିଟ୍ଟୁ ଏହି ଦାୟିତ୍ୱ ସମ୍ଭାଳି ପାରନ୍ତି । ଦଳରେ ମତଭେଦକୁ ନେଇ ଗତ ସେପ୍ଟେମ୍ବର ୨୮ ତାରିଖରେ ସିଦ୍ଧୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ପତ୍ର ଦାଖଲ କରିଥିଲେ । ପର ଦିନ ସେ ଏକ ଭିଡିଓ ଜାରି କରି ସାର୍ବଜନିକ ଭାବରେ ନିଜ ମତ ରଖିଥିଲେ । ସୂଚନାରୁ ଜଣାଯାଇଛିଯେ ଦାଗୀ ତଥା ଦୁର୍ନୀତି ଯୁକ୍ତ ଅଧିକାରୀ ଓ ମନ୍ତ୍ରୀ ମାନଙ୍କ ନିଯୁକ୍ତିକୁ ନେଇ ଅସନ୍ତୁଷ୍ଟ ଥିଲେ ସିଦ୍ଧୁ । ଚରଣ ଜିତ ସିଂହ ଚନ୍ନିଙ୍କ ସରକାରରେ ବରିଷ୍ଠ ଆଇପିଏସ ଅଧିକାରୀ ଇକବାଲ ପ୍ରୀତ ସିଂହ ସହୋତାଙ୍କୁ ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକର ଅତିରିକ୍ତ ପ୍ରଭାର ଦାୟିତ୍ୱ ଦିଆଯାଇଥିଲା । ଆଉ ଏହି ଘଟଣାକୁ ନେଇ ହିଁ ଫିଡ଼କି ଯାଇଥିଲେ ସିଦ୍ଧୁ ।

ସେପ୍ଟେମ୍ବର ୩୦  ତାରିଖରେ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ସହ ଭେଟିବା ପାଇଁ ପଟିଆଲାରୁ ଚଣ୍ଡୀଗଡ଼ ଅଭିମୁଖେ ଆସିଥିଲେ । ଏହାର ଠିକ ପୂର୍ବ ଦିନ ଅର୍ଥାତ ସେପ୍ଟେମ୍ବର ୨୯ ତାରିଖରେ ସିଦ୍ଧୁଙ୍କ ସହ କଥା ହୋଇ ସମସ୍ୟାର ଆପୋଷ ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ଚନ୍ନି । ଏହି କାରଣରୁ ହିଁ ସେପ୍ଟେମ୍ବର ୩୦ ତାରିଖରେ ଦୁହିଁଙ୍କ ଭିତରେ ବୈଠକ ଅନୁଷ୍ଠିତ ହୋଇଥିଲା ।

 

You might also like