ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି କୋମାକୁ ଚାଲିଗଲେ ଫ୍ୟାନ୍‌, ଏବେ ଲଢ଼ୁଛନ୍ତି ମରଣ ସହ

ଟିଭିର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅଚାନକ ନିଧନ ପରେ ତାଙ୍କ ଫ୍ୟାନ୍‌ମାନେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଗ୍ରହଣ କରିନପାରି ଜଣେ ଫ୍ୟାନ୍‌ ଗୁରୁତର ହୋଇପଡ଼ିଥିବା ଜଣାଯାଇଛି। ରିପୋର୍ଟ ମୁତାବକ, ସିଦ୍ଧାର୍ଥଙ୍କର ଏହି ମହିଳା ଫ୍ୟାନ୍‌ ଏବେ କୋମାରେ ଥିବା ସୂଚନା ମିଳିଛି।

ଜଣେ ଡାକ୍ତର ହସ୍ପିଟାଲରୁ ଉକ୍ତ ଫ୍ୟାନ୍‌ଙ୍କର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଫ୍ୟାନ୍‌ଙ୍କ ଅବସ୍ଥା ଦେଖି ଅଭିନେତ୍ରୀ କବିତା କୌଶିକ୍‌ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଅନ୍ୟମାନଙ୍କୁ ନିଜ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି।


ଡାକ୍ତର ସେୟାର କରିଥିବା ଫଟୋରେ ଜଣେ ମହିଳା ବେଡ୍‌ରେ ଅଚେତ୍‌ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। କୋମାରେ ପୀଡ଼ିତ ଫ୍ୟାନ୍‌ଙ୍କ ଫଟୋ ସେୟାର କରି ବ୍ୟକ୍ତି ଜଣକ କ୍ୟାପସନ୍‌ରେ ଲେଖିଛନ୍ତି, ଜଲଦି ସୁସ୍ଥ ହୋଇଯାଅ। ଡାକ୍ତର କହିଛନ୍ତି- ସେ ପାର୍ସିଆଲ କୋମାରେ ଅଛନ୍ତି। ଅତ୍ୟଧିକ ଚିନ୍ତା ଯୋଗୁ ମହିଳାଙ୍କ ଆଖି ଡୋଳା ଓ ଶରୀରର ଅନ୍ୟ ଅଙ୍ଗ କାମ କରୁନାହିଁ। ସମସ୍ତ ଫ୍ୟାନ୍‌ ଓ ସପୋର୍ଟରଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦେଉଛି। ଅଧିକ ଚିନ୍ତା କରନ୍ତୁ ନାହିଁ ଓ ଅନ୍ୟ କାମରେ ମନ ଲଗାନ୍ତୁ। ମୁଁ ଜାଣିଛି ଏହା ସହଜ ନୁହେଁ। କିନ୍ତୁ ଆପଣଙ୍କୁ ସିଦ୍ଧାର୍ଥଙ୍କୁ ଯିବାକୁ ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.