ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ ଧୋତି ଏବଂ ଚୋଲାରେ ଦେଖିବାକୁ ମିଳିଛନ୍ତି । ସାଂସଦ ଅମରାରାମ କହିଛନ୍ତି କି, ସରକାର ୧୩ ମାସ ପର୍ଯ୍ୟନ୍ତ ରାଜଧାନୀରେ ଯେଉଁ ଟ୍ରାକ୍ଟର ଏବଂ ଚାଷୀଙ୍କୁ ପଶିବାକୁ ଦେଇନଥିଲେ, ଆଜି ସେହି ଚାଷୀ ଏବଂ ଟ୍ରାକ୍ଟର ଧରି ସଂସଦକୁ ଯାଇଛନ୍ତି ।
ସାଂସଦ ଅମରାରାମ ସଂସଦ ଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଅମରାରାମ ରାଜସ୍ଥାନର ଜଣାଶୁଣା ଚାଷୀ ନେତା । ଚାଷୀ ଆନ୍ଦୋଳନ ସମୟରେ ଅମରାରାମ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।
ଆଜି ୧୮ତମ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଦେଶର ଅନ୍ୟ ସାଂସଦ ସହିତ ରାଜସ୍ଥାନର ୨୫ ସାଂସଦ ଶପଥ ନେଇଛନ୍ତି । ଏଥିରେ ୧୪ଟି ବିଜେପି ଏବଂ ୧୧ ଇଣ୍ଡିଆ ମେଣ୍ଟର ସାଂସଦ ଶପଥ ନେଇଛନ୍ତି । କଂଗ୍ରେସର ୮, ଆରଏଲପି ୧, ସିପିଏମ ୧ ଏବଂ ବିଏପିର ଜଣେ ସାଂସଦ ରହିଛନ୍ତି । ସଂସଦରେ ଆଜି ଏବଂ କାଲି ଶପଥ ନେବେ ନବ ନିର୍ବାଚିତ ହୋଇଥିବା ସାଂସଦ ।
ଆଜିଠାରୁ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାର କାମଚଳା ବାଚସ୍ପତି ଭାବେ ଭତ୍ତୃହରି ମହତାବ ଶପଥ ନେବା ପରେ ସାଂସଦମାନେ ଶପଥ ନେଉଛନ୍ତି । ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକାରୀ, ମନୋହର ଲାଲ ଖଟ୍ଟର, ଅନ୍ୟ କେନ୍ଦ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଆଜି ମୋଟ ୨୮୦ ସାଂସଦ ଶପଥ ନେବେ ସେହିପରି ମଙ୍ଗଳବାର ଦିନ ୨୬୪ ସାଂସଦ ଶପଥ ନେବେ ।
ତେବେ ଶପଥ ନେବେ ପୂର୍ବରୁ ମୋଦି କହିଥିଲେ, ଏନଡିଏ ସରକାର ୩ ଗୁଣା ଅଧିକ ପରିଶ୍ରମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆମକୁ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାକୁ ହେବ । ଦେଶ ଚଳାଇବା ପାଇଁ ସହମତି ନିହାତି ଜରୁରୀ । ୩ ଗୁଣା ଅଧିକ ପରିଶ୍ରମ କରିବୁ।’ ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି ।