ବିମାନ ଦୁର୍ଘଟଣାରେ ନେପାଳର ପ୍ରସିଦ୍ଧ ଲୋକଗୀତ ଗାୟିକା ନୀରା ଛନ୍ତୟାଲଙ୍କ ମୃତ୍ୟୁ, ନିଶ୍ଚିତ କଲେ ଭଉଣୀ…; ଏହା ଥିଲା ତାଙ୍କର ଶେଷ ଫେସ୍‌ବୁକ ପୋଷ୍ଟ

ନେପାଳର ପୋଖରା ଅଞ୍ଚଳରେ ରବିବାର ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ଘଟଣା ଲୋକଙ୍କ ଛାତି ଥରାଇ ଦେଇଛି। ସବୁଠି ଏହି ଦୁର୍ଘଟଣା ବିଷୟରେ ଚର୍ଚ୍ଚା ଆଉ ଆଲୋଚନା। ଘଟଣାଟି ଚାରିଆଡ଼େ ଏକ ଦୁଃଖଦ ବାତାବରଣ ସୃଷ୍ଟି କରିଛି। ଏହି ବିମାନ ଦୁର୍ଘଟଣାରେ ସମସ୍ତ ୭୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି। କିନ୍ତୁ ବର୍ତ୍ତମାନ ୬୮ ଜଣଙ୍କ ମୃତଦେହ ହିଁ ଉଦ୍ଧାର କରାଯାଇଛି। ଏଥି ସହିତ ଏବେ ଖବର ଆସୁଛି କି, ନେପାଳର ପ୍ରସିଦ୍ଧ ଲୋକଗୀତ ଗାୟିକା ନୀରା ଛନ୍ତୟାଲଙ୍କର ମଧ୍ୟ ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ଭଉଣୀ ହୀରା ଚଣ୍ଟ୍ୟାଲ ଶେରଚନ ଏ ଖବର ନିଶ୍ଚିତ କରିଛନ୍ତି।

ରିପୋର୍ଟ ମୁତାବକ, ନୀରା ଛନ୍ତୟାଲଙ୍କ ଭଉଣୀ ହୀରା ସୂଚନା ଦେଇଛନ୍ତି ଯେ ନେପାଳର ପୋଖରାରେ ଯେଉଁ ୟତି ଏୟାରଲାଇନ୍ସର ATR-72 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ସେଥିରେ ତାଙ୍କ ଭଉଣୀ ତଥା ଗାୟିକା ନୀରା ଛନ୍ତୟାଲ ମଧ୍ୟ ଥିଲେ। ମକର ସଂକ୍ରାନ୍ତି ଅବସରରେ ପୋଖରାରେ ନେପାଳ ଚଣ୍ଟ୍ୟାଲ ୟୁଥ୍ ଆସୋସିଏସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ସେ ଯାଉଥିଲେ। ଏହି କାର୍ଯ୍ୟକ୍ରମରେ ନୀରାଙ୍କୁ ଏକ ମ୍ୟୁଜିକ୍ ଶୋ’ କରିବାର ଥିଲା। କିନ୍ତୁ ନୀରା ଛନ୍ତୟାଲଙ୍କ ନିଧନ ପରେ ସେହିଦିନ ହିଁ ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିଲା।

ନେପାଳ ବିମାନ ଦୁର୍ଘଟଣାର ଦିନକ ପୂର୍ବରୁ ନୀରା ଛନ୍ତୟାଲ ନିଜ ଅଫିସିଆଲ ଫେସବୁକ ପେଜରେ ଏକ ଲାଟେଷ୍ଟ୍‍ ପୋଷ୍ଟ ସେୟାର କରିଥିଲେ। ଏହି ପୋଷ୍ଟ ଜରିଆରେ ସେ ପ୍ରଶଂସକମାନଙ୍କୁ ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଥିଲେ। ଏଥି ସହିତ ନୀରା ତାଙ୍କ ପ୍ରଶଂସକଙ୍କୁ କହିଥିଲେ ଯେ ସେ ରବିବାର ପୋଖରାରେ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.