ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ, ୮୨ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଆଖିବୁଜିଲେ

କେନ୍ୟୁଜ୍(ବ୍ୟୁରୋ):  ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ । ମୁମ୍ବାଇର ଏକ ହସ୍ପିଟାଲରେ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଅନେକ ଦଶନ୍ଧି ଧରି ସଂଗୀତର ଶାସ୍ତ୍ରୀୟତାରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଥିଲେ ଭୂପିନ୍ଦର ସିଂ। ଦୋ ଦିଓ୍ଵାନେ ସହର ମେ, କିସି ନଜର କୋ ତେରା ଇନ୍‌ତେଜାର, ନାମ ଗମ୍‌ ଯାଏଗା, ହୋଟୋଁ ପେ ଐସି ବାତ୍‌ ଭଳି ବହୁ ହିଟ୍‌ ଗୀତର ଗାୟକ ହେଉଛନ୍ତି ଭୂପିନ୍ଦର ସିଂ । ୧୦ ଦିନ ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଆଜି ସକାଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସଂଧ୍ୟା ୭ଟା ୪୫ରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ହେବ। ଓଡ଼ିଆ ଚଳଚ୍ଚିତ୍ର ଅନୁରାଗ, ଉଲକା ଏବଂ ଟେଲି ସିରିଏଲ ସାରା ଆକାଶରେ ସଙ୍ଗୀତ ପରିବେଷଣ କରିଥିଲେ । ତାଙ୍କ ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.