ରାଜସ୍ଥାନ : ସିରୋହିରେ ଟ୍ରକକୁ ଧକ୍କା ଦେଲା କାର୍, ମହିଳା ସମେତ ୬ ମୃତ୍ୟୁ

ରାଜସ୍ଥାନ ସିରୋହି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସିରୋହି ଜିଲ୍ଲାର ଆବୁ ରୋଡ କିୱରିଲ ନିକଟରେ ଟ୍ରକକୁ ଧକ୍କା ଦେଲା କାର୍ । ଫଳରେ ଜଣେ ମହିଳାଙ୍କ ସହିତ ୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଭୋର ସମୟରେ ରାଜସ୍ଥାନ ସିରୋହି ନ୍ୟାସନାଲ ହାଇଓ୍ବେ-୨୭ରେ ଦୁର୍ଘଟଣା ଘଟିଛି । କାରରେ ଥିବା ୭ ଜଣ ଲୋକ ଅହମ୍ମଦାବାଦ ଫେରୁଥିଲେ । ଏହି ସମୟରେ ହାଇଓ୍ବେ-୨୭ରେ କାର୍ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ସମସ୍ତ ମୃତକ ଜାଲୋର ବୋଲି ଜଣାପଡ଼ିଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣା ବିଷୟରେ ପୋଲିସକୁ ଜଣାଇଥିଲେ । ଅନ୍ୟପଟେ ଦୁର୍ଘଟଣାକୁ ନେଇ ଯାନବାହନ ଯାତାୟତରେ ବାଧାପ୍ରାପ୍ତ ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରରେ ଥିବା ୪ ଲୋକଙ୍କର ଘଟଣା ସ୍ଥଳରେ ଜୀବନ ଚାଲିଯାଇଥିଲା । ହସପିଟାଲରେ ୨ ଜଣ ଚିକିତ୍ସା ସମୟରେ ଜୀବନ ହାରିଥିଲା । ପୋଲିସକୁ ଗ୍ୟାସ କଟର ସାହାଯ୍ୟରେ କାର କାଟି ଭିତରେ ଫସି ରହିଥିବା ଲୋକଙ୍କୁ ବାହାର କରିବାକୁ ପଡିଲା । ଜଣେ ଗୁରୁତର ଆହତ ମହିଳା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୋଲିସ ଏକ କ୍ରେନ୍ ସାହାଯ୍ୟରେ ଟ୍ରକରେ ଫସି ରହିଥିବା କାରଟିକୁ ବାହାର କରିଥିଲା ।

ସୂଚନାଯୋଗ୍ୟ, ଚୁର ଜିଲ୍ଲାର ଏନଏଚ-୫୨ର ଉଟବାଲିୟା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏମାନେ ଚଣ୍ଡୀଗଢରୁ ସ୍କର୍ପିଓରେ ସାଲାସର ବାଲାଜୀକୁ ଦର୍ଶନ କରିବାକୁ ଯାଇଥିଲେ । ଉଟବାଲିୟା ଛକ ନିକଟରେ ଦ୍ରୁତଗାମୀ ଏକ ସ୍କର୍ପିଓ ବାଇକକୁ ଧକ୍କା ଦେବା ପରେ ସ୍କର୍ପିଓ ଅନିୟନ୍ତ୍ରିତ ହୋଇ ଓଲଟିପଡିଥିଲା । ଦୁର୍ଘଟଣାରେ ବାଇକରେ ଥିବା ଜଣଙ୍କର ଜୀବନ ଚାଲିଯାଇଥିଲା । ସେହିପରି କାରଟି ଓଲଟି ପଡିଥିଲା । ଦୁର୍ଘଟଣାରେ ୩ଟି ଯାକ ଗାଡି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଥିଲା ।

Also Read : ରାଜସ୍ଥାନ : ବାଇକକୁ ପିଟିଲା ସ୍କର୍ପିଓ, ୨ ମୃତ, ୯ ଆହତ